ପୁରୀ ଜିଲ୍ଲା (ଆମ ଓଡିଶା ଖବର )ଡେ଼ଲାଙ୍ଗ ତା ୧୪-୬-୨୫ ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତ ଅଧୀନ ହୁରୁହୁରା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ସେଠୀ (୫୮) ମସ୍ତିସ୍କ ଆଘାତ ଜନିତ ରୋଗରେ ପଡିତ ହୋଇଚିକିତ୍ସାଧିନ ଅବସ୍ଥାରେ କିମ୍ସି ଭୁବନେଶ୍ୱରଠାରେ ଦେହାନ୍ତ ହୋଇ ଯାଇଛି ।ଏହି ଅକାଳ ବିୟୋଗର ଖବର ପାଇ ଡେ଼ଲାଙ୍ଗ ବ୍ଳକର ଶିକ୍ଷକମାନେ ଗଭୀର ଶୋକ ବ୍ୟକ୍ତ କରିବା ସହ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଏହି ମର୍ମରେ ଶିକ୍ଷକ ମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ସ୍ୱର୍ଗତ ସେଠୀଙ୍କ ବାସ ଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ଶାନ୍ତ୍ବନା ଦେବା ସହ ଧର୍ଯ୍ୟଧରିବାକୁ ନିବେଦନ କରିଥିଲେ ।ଡେ଼ଲାଙ୍ଗ ବ୍ଳକର ଏହି ପ୍ରତିନିଧି ମଣ୍ଡଳରେ ଶିକ୍ଷକ ନେତା ପ୍ରଶାନ୍ତ ଦାସ, ସୂର୍ଯ୍ୟ ନାରାୟଣ ସେଠୀ, ସୁରେନ୍ଦ୍ର ନାୟକ, ପବିତ୍ର ଜେନା, ରମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ସାହୁ, ଗଙ୍ଗାଧର ମଲ୍ଲିକ, ପ୍ରଦୀପ ସେଠୀ ,ସିଆରସିସି କ୍ଷେତ୍ରବାସୀ ଆଳୁକ ପ୍ରମୁଖ ପାରିବାର ବର୍ଗଙ୍କୁ ଭେଟିଥିବା ଜଣା ପଡ଼ିଛି ।ଏଥି ସହିତ ଡେ଼ଲାଙ୍ଗ ବିଇଓ ଶତୃଘ୍ନ ବେହେରା ,ଏବିଇଓ ବୃନ୍ଦ, ସଂଘ ସଭାପତି ଦିଗମ୍ବର ରଥ, ଅଭୟ ରଥ , ଲକ୍ଷ୍ମଣ ପୂଝାରୀ, ମଙ୍ଗୁଳି ପରିଡ଼ା, ବାଳାନିଧି ସାହୁ, ଅମରେନ୍ଦ୍ର ମଙ୍ଗରାଜ, lରବିନ୍ଦ୍ର ନାୟକ, ଗୋପାଳ ମହାପାତ୍ର,ସିଆରସିସି ଦୁର୍ଯୋଧନ ପ୍ରଧାନ,ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର, ଅନ୍ନପୂର୍ଣ୍ଣା ହରିଚନ୍ଦନ, ଡେଲାଙ୍ଗ-ବ୍ଲକ୍ ର ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ, ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ନବ ମିଶ୍ର ,ପ୍ରଣୟ ସ୍ଵାଇଁ, ମଧୁସୂଦନ ପ୍ରଧାନ, ସତ୍ୟଜିତ୍ ମହାପାତ୍ର, ସନ୍ତୋଷ ଦଳାଇ ,ପ୍ରତିମା ଭୋଳ ,ସୋନାଲି ସାହୁ ଓ ସ୍ଥାନୀୟ ଜନସାଧାରଣ ତାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି ଦୀର୍ଘ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗୁଆଳିପଡା ଗ୍ରାମ ପଞ୍ଚାୟତ ଅଧୀନ ହୁରୁହୁରା ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରି ନିଜର ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କର ପ୍ରିୟଭାଜନ ଥିଲେ। ବାସ ଭବନରେ ତାଙ୍କର ଦୁଇ ପୁତ୍ର ସ୍ଵାଧୀନ, ସଂଗ୍ରାମ, ପତ୍ନୀ ଶାନ୍ତିଲତାଙ୍କୁ ସମବେଦନା ଜଣାଇବା ପରିପ୍ରେକ୍ଷୀରେ ଯାହା ସବୁ ସରକାରୀ ସୁବିଧା ପରିବାର ବର୍ଗଙ୍କୁ ମିଳିବା କଥା ତାହା ଯଥା ଶୀଘ୍ର ଯୋଗାଇ ଦେବାପାଇଁ ଶିକ୍ଷକ ସଂଘ ପକ୍ଷରୁ ପ୍ରଶାସନଙ୍କ ଦୃଷ୍ଟିକୁ ଆଣିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି କୁହାଯାଇ ଛି । ଡେ଼ଲାଙ୍ଗ/ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର ।
ସ୍ଵର୍ଗତ ଶିକ୍ଷକ ତ୍ରିନାଥ ସେଠୀ ଙ୍କ ପରିବାରବର୍ଗଙ୍କୁ ଭେଟି ଆଶ୍ଵାସନା ଦେଲେ ଶିକ୍ଷକ ବୃନ୍ଦ।

More Stories
ତାରା ଫୁଲ ସାହିତ୍ୟ ସଂସଦର ସାରସ୍ବତ ସମାରୋହ।
ପୁରୀ: ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍ ପୁଣି ଅଘଟଣ ଘଟାଇଛି।
ଶତାୟୁ ମହିଳାଙ୍କ ସ୍ମୃତିରେ ଶୋକ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ।