ଶାନ୍ତି ଶକ୍ତି ଭବନରେ ଆଧ୍ଯାତ୍ମିକ ସ୍ନେହ ମିଳନ

ଗଞ୍ଜାମ:(ଆମ ଓଡିଶା ଖବର)ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ସେବା କେନ୍ଦ୍ର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ପୌରୋହିତ୍ୟରେ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି l

କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ଆସିକା ଚିନି ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡାଃ ସୁଶାନ୍ତ କୁମାର ପଣ୍ଡା, ଆସ୍କା ବିଡିଓ ଲିପିନା ଦାସ ଓ ଭୁବନେଶ୍ଵର ସ୍ଥିତ ଶିକ୍ଷା ଗ୍ରାମ ଫାଉଣ୍ଦେସନ୍ ଟ୍ରଷ୍ଟର ମ୍ଯାନେଜିଂ ଟ୍ରଷ୍ଟୀ ଅର୍ଚ୍ଚନା ପଣ୍ଡା l

ଏହି ଅବସରରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ ସମାଜର ବିଭିନ୍ନ ବର୍ଗର ଭଉଣୀ ଭାଇଙ୍କୁ ଆଧ୍ଯାତ୍ମିକ ସ୍ତରରେ ସଶକ୍ତ କରିବା ପାଇଁ ରାଜଯୋଗ ଶିକ୍ଷା ଦ୍ୱାରା ପରିଚାଳିତ ବହୁମୂଖୀ ସେବା ଯୋଜନାର ସୂଚନା ଦେଇଥିଲେ ଏବଂ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ସପ୍ତାହବ୍ୟାପୀ ନିଃଶୁଳ୍କ ସହଜ ରାଜଯୋଗ ଅଭ୍ଯାସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ସହରବାସୀ ସମସ୍ତ ଭଉଣୀ ଭାଇଙ୍କୁ ଏଥିରେ ଯୋଗ ଦେବାକୁ ଅନୁରୋଧ କରିଥିଲେ l

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପରିଚାଳନା ନିର୍ଦ୍ଦେଶକ ଡାଃ ସୁଶାନ୍ତ କୁମାର ପଣ୍ଡା ରାଜଯୋଗର ଅଭ୍ୟାସ ବ୍ୟକ୍ତି ଗତ ଜୀବନ ଓ କର୍ମକ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା ସହିତ ଦୃଢ଼ ଆତ୍ମ ବିଶ୍ୱାସ ରକ୍ଷା କରିବାରେ ସହାୟକ ହେଉଥିବା ହେତୁ ସେ ନିଜର ଦୈନଦିନ ଜୀବନ ଶୈଳୀରେ ଏହା କୁ ସାମିଲ୍ କରିଥିବା ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଶିକ୍ଷା ଗ୍ରାମ ଫାଉଣ୍ଦେସନ୍ ଟ୍ରଷ୍ଟର ମ୍ଯାନେଜିଂ ଟ୍ରଷ୍ଟୀ ଅର୍ଚ୍ଚନା ପଣ୍ଡା ମାଉଣ୍ଟ ଆବୁ ଶିବିରରେ କରିଥବା ଅନୁଭବ ପ୍ରକାଶ କରିଥିଲେ ଯେ ରାଜଯୋଗ ଅଭ୍ୟାସ ଦ୍ଵାରା ବ୍ୟବହାରିକ ସମ୍ବନ୍ଧରେ ଆତ୍ମୀୟତା ଭାବ ଏବଂ ସମସ୍ତଙ୍କ ପ୍ରତି ଉଦାର ଦୃଷ୍ଟିକୋଣ ସୃଷ୍ଟି ହୋଇଥାଏ ଏବଂ ଏହା ଦ୍ଵାରା ସେ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି l କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତ ଅତିଥି ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିନା ଦାସ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ ଯୋଗ ଦ୍ଵାରା ଶାରୀରିକ ଓ ମାନସିକ ଦକ୍ଷତାରେ ଅଭିବୃଦ୍ଧି ଘଟିଥାଏ ଏବଂ ଛାତ୍ର ଜୀବନରେ ଯୋଗ ଅଭ୍ୟାସ ଦ୍ଵାରା ଅଧ୍ୟୟନ ଜନିତ ଚାପରୁ ମୁକ୍ତି ମିଳିଥାଏ l

ବ୍ରହ୍ମାକୁମାର ସତ୍ୟ ପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାରୀ ସୁଜ୍ଞାନୀ ଓ ଭାଗ୍ୟଲତା ତଥା ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ସମସ୍ତ ଭଉଣୀ ଭାଇ ଏଥିରେ ସହଯୋଗ କରିଥିଲେ l

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!