ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର):- ତା. ୧୮/୦୬- ବିକାଶ ମେଳା ୨୦୨୫ ପାଳନ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଏକ ଦିବାସୀୟ ପରାମର୍ଶ କର୍ମଶାଳା ସ୍ତାନିୟ ବିଜୁ ପଟ୍ଟନାୟକ ପ୍ରତୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭlବରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଯୋଗଦାନ କରି ଉଦଘାଟନ କରିବା ସହିତ ନିଜର ବକ୍ତବ୍ୟରେ ରାୟଗଡ଼ ଜିଲ୍ଲା ବିକାଶ ହେଲେ ଓଡ଼ିଶାର ବିକାଶ ହେବ ଏବଂ ଓଡ଼ିଶାର ବିକାଶ ହେଲେ ଯାଇ ବିକଶିତ ଭାରତର ସ୍ୱପ୍ନ ଶାକାର ହେବ l ଏଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି କହିଥିଲେ l ରାୟଗଡ଼ ଜିଲ୍ଲା ଏକ ଖଣି ଖାଦାନ ଓ ଶିଳ୍ପ ସମୃଦ୍ଧ ଅଟେ ଏହାର ସଦବିନିଯୋଗ କଲେ ରାୟଗଡ଼ ଜିଲ୍ଲା ଅନ୍ୟଜିଲ୍ଲା ଠାରୁ ଦ୍ରୁତ ବିକାଶ ହେବ l ସେହିପରି ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ନିଜର ବକ୍ତବ୍ୟରେ ରାୟଗଡ଼ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଏଠାରେ ଅଧିକାଂଶ ଆଦିବାସୀ ବସବାସ କରନ୍ତି ସେମାନଙ୍କ ବିକାଶ ପାଇଁ ଆନ୍ତରିକତା ସହିତ ପ୍ରୟାସ କଲେ ନିଶ୍ଚିତ ଭାବରେ ଜିଲ୍ଲା ବିକଶିତ ହେବ l ଜିଲ୍ଲାର ବିକାଶ ପାଇଁ ଖୋଲାଖୋଲି ସବୁ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଆହ୍ୱାନ କରିଥିଲେ l ଜିଲ୍ଲାରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବେଶୀ ସେଥି ପାଇଁ ସମାଧାନ କରିବାକୁ ପଡିବ l ଶିକ୍ଷକ ମାନେ ପିଲାଙ୍କ ଭବିଷ୍ୟତ ଗଠନ କରିବାକୁ ଗୁରୁ ଦାୟିତ୍ୱ ରହିଛି l
ସେହିପରି ପନେଲା ଆଲୋଚନାରେ ପ୍ରଥମେ ଶିକ୍ଷବିତ୍ତଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଏଥିରେ ଶିକ୍ଷବିତ୍ତ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ନିଜର ବକ୍ତବ୍ୟରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ l ସେହିପରି ଶିକ୍ଷlବିତ୍ତ ପ୍ରସନ୍ନ କୁମାର ଗନ୍ତାୟତ,ଅଧ୍ୟାପକ ରୌମ୍ୟରଞ୍ଜନ ସାହୁ, ଅଧ୍ୟାପକ, ମହିଳା ମହାନ ବିଦ୍ୟାଳୟ ଯୋଗଦାନ କାରୀ ବିଭିନ୍ନ ସମସ୍ୟା ଓ ସମ୍ଭlବ୍ୟ ଦିଗ ଉପରେ ଉପସ୍ଥାପନ କରିଥିଲେ l ଉପସ୍ଥିତି ଜନସାଧାରଣନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ l
ଏହାପରେ ଆର୍ଥିକ ଆନ୍ତର୍ଭୁକ୍ତି କରଣ ଉପରେ ବ୍ୟାଙ୍କିଙ୍ଗ ସଂସ୍ଥାର ପରିଚାଳକ ମାନେ ଯୋଗଦାନ କାରୀ ନିଜ ନିଜର ବକ୍ତବ୍ୟ ମାନ ରଖିଥିଲେ l ସେହିପରି ବାଣିଜ୍ୟ କାରବାର ଓ ଶିଳ୍ପ ଉପରେ ଉତ୍କଳ ଆଲୁମିନଲାର ମୁଖ୍ୟ ସିଏସଆର ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ଉଦ୍ୟୋଗୀ ନରେନ କୁମୁନ୍ଦନ, ଜେକେ କାଗଜ କଳର ସାଧାରଣ ପରିଚାଳକ, ସନ୍ଦୀପ ପାଣ୍ଡେ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଜୟ କୁମାର ସାହୁ ପ୍ରମୁଖ ଜିଲ୍ଲାର ସମ୍ଭlବ୍ୟ ଭବିଷ୍ୟତ ଉପରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ସେହିପରି ସାମାଜିକ ଗଣମାଧ୍ୟମ ପ୍ରଭାବୀ, ଷ୍ଟାର୍ଟ ଅପ ଓ ଉଦ୍ୟୋଗୀ ଉପରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସ୍ଵର୍ଣଲତା ରାଉତ, କୋରାପୁଟ ଜିଲ୍ଲା ସିମିଲଗୁଡ଼ାର ସଫଳ ଉଦ୍ୟୋଗୀ ସନ୍ତୋଷ କୁମାର ଖେମୁଣ୍ଡୁ, ଗୁଣୁପୁର ଆକ୍ସିପ୍ରୋର ସଫଳ ଉଦ୍ୟୋଗୀ ଆଦିତ୍ୟ ନାରାୟଣ ମିଶ୍ର ଆଦି ଯୋଗଦାନ କରି ନିଜ ସଫଳତାର କାହାଣୀ ଉପସ୍ଥାପନା କରିଥିଲେ l ଏହି ପ୍ରମର୍ଶ କର୍ମଶାଳାକୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସହ ପ୍ରାଧ୍ୟାପକ ଡ଼ଃ ଈଶ୍ୱର ନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ସ୍ୱାଗତ ଭାଷଣ ଦେବା ସହିତ କର୍ମଶାଳା ଅଧ୍ୟକ୍ଷତା କରିଥିଲେ l ଏହି କର୍ମଶାଳାରେ ସଫଳ ଉଦ୍ୟଗୀ ନିୟମ ରାଜା ଅଗ୍ର ପ୍ରଦ୍ୟୁଷାର କମ୍ପାନୀ, ଚାଟିକଣା, ଶ୍ରୀ ବନା ସୁଧୀପ କୁମାର ଚିରାୟୁ, ମୃଦୁ ପାନୀୟ ସଂସ୍ଥା ଜେକେ ପୁର, ବିକ୍ରପୁର ଗୁଣୁପୁର ଆକ୍ସି ଭେଦl କିମ୍ୱାରମା ଉଦ୍ୟୋଗ ର ଶ୍ରୀ ସୁରଜିତ ହୋତା, ଶିରିଡି ସାଇ ସ୍ୱୟଂ ସହlୟକ ଗୋଷ୍ଠୀକୁ ସମ୍ମାନିତ କରାଯାଇଥିଲା l
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.