ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ଏଠି କାହାକୁ ବା କା’ର ଖାତର
ପକେଟରେ କିଛି ମୋଟା ଅଙ୍କଥିଲେ
ପଙ୍ଗୁ ଲଙ୍ଘେ ଗିରି ସାଗର।
ଷୋହଳରୁ ହେଲେ ଅଠର
ସଭ୍ୟତା ସଂସ୍କୃତି ପରମ୍ପରା ଭୁଲି
ପୁଅ ଝିଅ ଦାବି କରନ୍ତି
ଅଶ୍ଳୀଳ ପ୍ରେମ ଅଧିକାର।
ପିଠି ପେଟ କାଖ କଟା ଝୀନବସନ
ଅଧା ଦେଖା ଦେହ ଅହଂକାର
ବୀପଣି ମାଳାର ପଣ୍ୟ ଦ୍ରବ୍ୟ ପରି
ଦୃଷ୍ଟ ଉଦ୍ଧତ ଯୌବନର ଇସ୍ତାହାର।
ସଦ୍ୟ ପାଠ ଛାଡି ଆସିଥିବା ବୋହୁ
ଦିବସେ ନାଈଟିକୁ କରେ ଆଦର
ଶାଶୁ ଯଦି କହେ ଓଢ଼ଣା ଦେ ମା’
ଇଂରାଜୀରେ ହୁଏ ପାହାର।
କେମିତି ଏ ଜାତି ଭୁଲେ ସଂସ୍କୃତିକୁ
ନମସ୍କାର କେଡ଼େ ସୁନ୍ଦର
ମର୍ଣ୍ଣି ନାଇଟ୍ କହି ସବୁ ଏଠି
ଖାଆନ୍ତି ବିଦେଶୀ ଜହର ।
କା’ ହାତ ଛାତିରେ କା’ର ଉପରକୁ
ହାଲୋ ହାଏ ଚାଲେ ପ୍ରଖର
ନମସ୍କାର ସବୁ ବେପରୁଆ ଢଙ୍ଗ
ପଛେ ଭାଷୁକୁଟି ଜବର ।
ଘରେ ଘରେ ଆଜି ଆଣ୍ଟି ଅଙ୍କଲ
ପିଲାଙ୍କୁ ଶିଖାନ୍ତି ଫାଦର
ଡାଡି ମମି ଆଉ ମାଡାମ କୁହାନ୍ତି
ନହେଲେ ପ୍ରେଷ୍ଟିଜ୍ ହାମ୍ପର।
ମାତୃଭାଷା ପାଇଁ କେତେ ଯେ ଲଢ଼େଇ
ରହିଛି ତାହାର ନଜିର
ଏ କଳିଙ୍ଗ ପୁଏ ଓଡ଼ିଆ ହେବାରୁ
ଭୁଲେ ଗୁଣ ବାପ ଦାଦିର।
ଦେଶୀଫଳ ଏଠି କେତେ ଯେ ସୁଆଦ
ପ୍ରମାଦ ବିଦେଶୀ ଫଳର
ସେ ବିଦେଶୀ ବିଷ ରସ ଚାଟିବାକୁ
ଜିଭକୁ କରନ୍ତି ବାହାର।
ଅପୂଜ୍ଯର ପୂଜା ହୁଏ ଏଠି ନିତି
ପୂଜ୍ଯଖାଏ ନିନ୍ଦା ପାହାର
ଛାଗଳକୁ ଘୋଡ଼ା କହିବାକୁ କିଛି
ତୋଷାମଦିଆଙ୍କ ବିଚାର।
ଜୟଦେବ ସିଠ। ରାଣୀ ଗୁଡ଼ା ଫାର୍ମ ରାୟଗଡ଼।୯୪୩୭୫୨୭୩୪୯ ।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।