
ରାୟଗଡ଼ (ଆମ ଓଡିଶା ଖବର):-ତା. ୩୦/୦୭-ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ସମ୍ପୂର୍ଣ୍ଣତା ସମାରୋହ କାର୍ଯ୍ୟକ୍ରମରେ ଗତ ତା ୨୯/୦୭/୨୫ରିଖରେ ରାୟଗଡ଼ ଜିଲ୍ଲାର ପଦ୍ମପୁର ଓ ମୁନିଗୁଡା ବ୍ଲକକୁ ସମ୍ମାନିତ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l ଆକାଂକ୍ଷା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୬ଟି ସୂଚକାଙ୍କ ମଧ୍ୟରୁ ପଦ୍ମପୁର ବ୍ଲକ ୫ଟି ସୂଚକାଙ୍କରେ ଯଥା ଗର୍ଭବତୀଙ୍କ ମହିଳାଙ୍କ ପଞ୍ଜିକରଣ, ମଧୁମେହ ସ୍କ୍ରିନଂ, ଉଚ୍ଚ ରକ୍ତଚାପ, ମୃତିକା ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ, ବିଦ୍ୟାଳୟ ରେ ପୁସ୍ତକ ବଣ୍ଟନ ଆଦିରେ ସମ୍ପୂର୍ଣ୍ଣତା କରିଥିବାରୁ ଏବଂ ମୁନିଗୁଡା ବ୍ଲକ ୬ ଗୋଟି ସୂଚକଙ୍କରୁ ତିନୋଟିରେ ଯଥା ମଧୁମେହ ସ୍କ୍ରିନିଂ, ମୃତିକା କାର୍ଡ ବଣ୍ଟନ ଓ ବିଦ୍ୟାଳୟରେ ବହି ବଣ୍ଟନ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଉପସ୍ଥିତିରେ ପଦ୍ମପୁର ବିଡ଼ିଓ ଶ୍ରୀ କୁରେଶ କୁମାର ଜାନିଙ୍କୁ ରୌପ୍ୟ ପଦକ ଏବଂ ମୁନିଗୁଡ଼ା ବିଡ଼ିଓ ଶ୍ରୀ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ତାମ୍ର ପଦକରେ ସମ୍ମାନିତ କରିଥିଲେ l

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।