ରିପୋର୍ଟ :ପ୍ରଦିପ ସେଠିଆ
କଳାହାଣ୍ଡି କୋକସରା(ଆମ ଓଡ଼ିଶା ଖବର ) ୧୭/୦୮:ଦାଦନ ଶ୍ରମିକଙ୍କ ମୃତ୍ୟୁ ଦିନ କୁ ଦିନ ବଢି ସିନା ଚାଲିଛି କିନ୍ତୁ କମିବାର ନାଁ ଧରୁନାହିଁ। ଏମିତି ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି ଘରକୁ ଆସିବା ବାଟରେ। ସୂଚନା ଅନୁସାରେ ଜୟପାଟଣା ବ୍ଲକ ଅନ୍ତର୍ଗତ କାଦୋପଦର ଗ୍ରାମର ଗିରିଧାରୀ ବାଗ ଦୁଇ ମାସ ତଳେ ହାଇଦ୍ରାବାଦ କୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ ଡ଼୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଦୁଇ ଦିନ ତଳେ ସେ ଅସୁସ୍ଥ ହେଲା ପରେ ଘର ଲୋକ ଫୋନ୍ କରିବାରୁ ସାଥୀ ଶ୍ରମିକ ମାନଙ୍କ ସହ ଘରକୁ ଆସୁଥିଲେ।କିନ୍ତୁ ଅଧା ରାସ୍ତାରେ ଅର୍ଥାତ୍ ନବରଙ୍ଗପୁର ପାଖରେ ବସ୍ ରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଆମପାଣି ପହଞ୍ଚିଲା ପରେ ପୂର୍ବରୁ ପହଞ୍ଚିଥିବା ନିଜ ଲୋକ ବାଇକ୍ ରେ ତାଙ୍କ ମୃତ ଶବକୁ ନେଉଥିବା ଦେଖି ସାଧାରଣରେ ଚର୍ଚ୍ଚା ହୋଇଥିଲା। ସରକାରଙ୍କ ମାଳ ମାଳ ଯୋଜନା ଥାଇବି ଜଣେ ଦାଦନ ଶ୍ରମିକର ମୃତଦେହ ବାଇକ୍ ରେ ନେବା ଘଟଣାକୁ ଲୋକେ ସହଜରେ ଗ୍ରହଣ କରି ପାରି ନ ଥିଲେ।ଏଇଠି ପ୍ରଶ୍ନ ଉଠେ ସରକାରଙ୍କ ଶ୍ରମିକ ମାନଙ୍କ ପାଇଁ ଥିବା ଯୋଜନା କଣ ପାଇଁ? କାହା ପାଇଁ? ଧନ୍ୟ ଆମ ସରକାର ଏବଂ ସେହି ଯୋଜନା। ଧନ୍ୟ ଆମ ନେତା ଓ ମନ୍ତ୍ରୀ। ନିର୍ବାଚନ ଆସିଲେ ଅତି ଭଦ୍ର, ନମ୍ରତାର ସହ ମିଠା ମିଠା ଭାଷଣ ଛାଡୁଥିବାବେଳେ ଏବେ କାଇଁ । ଦେଖା ନାହିଁ କି ଦର୍ଶନ ନାହିଁ।ଏହି ଦାଦନ ସମସ୍ୟା ଓ ମୃତ୍ୟୁ ର ଅନ୍ତ କେବେ?


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ