ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :17/08.ଦୀର୍ଘ 5କିଲୋମିଟର ରାସ୍ତା ପିଚୁ ଉଠିବା ସହିତ ମେଟାଲ ବାହାରିବା ଓ ବିଭିନ୍ନ ସ୍ଥାନରେ ଖଳଖମା ହୋଇ କାଦୁଅ ରେ ଜନସାଧାରଣ ଯାତାୟତ କରିବା ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ହରଭଙ୍ଗା ବ୍ଲକ ବିରନରସିଂହ ପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା -ହାଟଗାଁ କେନାଲ ରାସ୍ତା!ସୂଚନା ଅନୁଯାଇ ଉକ୍ତ ରାସ୍ତାରେ ପ୍ରତିଦିନ ନୂଆପଡା, ହାଟଗାଁ, ଘୋରଡ଼ା,ଆଦି ପlଞ୍ଚ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟତ କରିବା ସହିତ 57ନଂ ଜାତୀୟ ରାଜପଥ ନୂଆପଡା ବସ ଷ୍ଟପ ଠାରୁ ପୁରୁଣାକଟକ କଲେଜ ଓ ବୌଦ୍ଧ କଲେଜ କୁ ଛାତ୍ର ଛାତ୍ରୀ ମlନେ ପାଠ ପଢିବାକୁ ଯାଉଥିବାରୁ ବିଭିନ୍ନ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ର ଶିକାର ବି ହୋଇଥିବା ନଜର କୁ ଆସିଛି!ପୂର୍ବେ ଉକ୍ତ କେନାଲ ରାସ୍ତାଟି ପିଚୁ ରାସ୍ତାରେ ନିର୍ମାଣ ହୋଇଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବ ଓ ଅନ୍ୟପଟେ ଲୁହାଚକ ଲଗା ଟ୍ରାକ୍ଟର ଯିବା ଆସିବା ନେଇ ରାସ୍ତା ର ଅବସ୍ଥା ଏବେ ପିଚୁ ଉଠିବା, ମେଟାଲ ବାହାରି ବହୁ ସ୍ଥାନରେ ଖାଲ ଖମା ହୋଇ କାଦୁଅ ପଚ ପଚ ହୋଇ ସୋଚନୀୟ ହୋଇଥିବାର ଜନସାଧାରଣ ଅଭିଯୋଗ ଆଣିବା ସହିତ ରାସ୍ତର ଏହି ଅବସ୍ଥାନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି!ଏଣୁ ଉକ୍ତ ରାସ୍ତା ସମସ୍ୟା କୁ ଦୃଷ୍ଟି ରେ ରଖି ମରାମତି କରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବି ହେଉଛି!
More Stories
ଭୁବନେଶ୍ୱର ରୁ ଆବୁଧାବିକୁ ପ୍ରଥମ ବିମାନ ଉଡ଼ାଣ ଶୁଭାରମ୍ଭ।
ଛତିଶଗଡର ଦୋନ୍ଦ୍ରାରେ ଆଇଡି ବିସ୍ଫୋରଣରେ ଏଏସପି ଆକାଶ ରାଓ ସହିଦ।
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବଇକୁଣ୍ଠନାଥ ଷଡ଼ଙ୍ଗୀ।