ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଦାମିଆ-ବରବରା ଓ ନୀଳାଦ୍ରି ପ୍ରସାଦ ପଞ୍ଚାୟତ । ଏହି ପଞ୍ଚାୟତ ଅଧିନରେ ୨୦/୨୫ ଖଣ୍ଡ ଛୋଟ ଛୋଟ ଗାଁ ରହିଛି । ଏହିସବୁ ଗାଁରେ ଶହ ଶହ ଲୋକ ବସବାସ କରୁଥିଲେ ମଧ୍ୟ ମୈ।ଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଅଛନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ସେମାନେ ରହୁଥିଲେ ମଧ୍ୟ ବିଶେଷ କରି ରାସ୍ତାଘାଟ ସମସ୍ୟା ହେଉଛି ସେମାନଙ୍କ ପାଇଁ ବଡ ସମସ୍ୟା । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି ମାତ୍ର କିଛି-ବି ସୁଫଳ ମିଳିନଥାଏ । ତେଣୁ ମୈ।ଳିକ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକମାନେ ଯଥା “ଚାଷୀ ମୁଲିଆ ସଙ୍ଘ” ଓଡିଶା ପକ୍ଷରୁ 16 ଦଫା ଦାବିନେଇ ରାଜରାସ୍ତାରେ ଗର୍ଜନ କରିବା ସ୍ଥାନୀୟ ବାଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଉ ଶେଷରେ ସ୍ଥାନୀୟ ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରି ପ୍ରାଥମିକତା ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

More Stories
ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।
DR. SIBA PRASAD SETHI,MO,CHC,KUJANGJAGATSINGHPUR AND HIS ASSOCIATE SRI SURYA NARAYAN CHOUDHURY NABBED BY ODISHA VIGILANCE WHILE TAKING BRIBE RS 10,000/- FOR ISSUANCE OF FAVOURABLE POST MORTEM REPORT.
ଶୁଦ୍ଧପୂତ ରନ୍ଧନ କିପରି କରାଯାଏ, ସେହି ରନ୍ଧନ ଖାଦ୍ୟ ଶରୀରରେ କିଭଳି କ୍ରିୟାଶୀଳ କରେ।