ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅଧିନସ୍ଥ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଦାମିଆ-ବରବରା ଓ ନୀଳାଦ୍ରି ପ୍ରସାଦ ପଞ୍ଚାୟତ । ଏହି ପଞ୍ଚାୟତ ଅଧିନରେ ୨୦/୨୫ ଖଣ୍ଡ ଛୋଟ ଛୋଟ ଗାଁ ରହିଛି । ଏହିସବୁ ଗାଁରେ ଶହ ଶହ ଲୋକ ବସବାସ କରୁଥିଲେ ମଧ୍ୟ ମୈ।ଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଅଛନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ସେମାନେ ରହୁଥିଲେ ମଧ୍ୟ ବିଶେଷ କରି ରାସ୍ତାଘାଟ ସମସ୍ୟା ହେଉଛି ସେମାନଙ୍କ ପାଇଁ ବଡ ସମସ୍ୟା । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି ମାତ୍ର କିଛି-ବି ସୁଫଳ ମିଳିନଥାଏ । ତେଣୁ ମୈ।ଳିକ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକମାନେ ଯଥା “ଚାଷୀ ମୁଲିଆ ସଙ୍ଘ” ଓଡିଶା ପକ୍ଷରୁ 16 ଦଫା ଦାବିନେଇ ରାଜରାସ୍ତାରେ ଗର୍ଜନ କରିବା ସ୍ଥାନୀୟ ବାଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଉ ଶେଷରେ ସ୍ଥାନୀୟ ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରି ପ୍ରାଥମିକତା ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।



More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।