ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 18/8( ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ ଙ୍କ ନେତୃତ୍ୱ ରେ ରାଜ୍ୟ ସରକାରଙ୍କ ପ୍ରତିବାଦ ରେ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l କଂଗ୍ରେସ ଦଳ କର୍ମୀ ମାନେ ତହସିଲ କାର୍ଯ୍ୟାଳୟ ଠାରୁ ବାହାରି ରାଜ୍ୟ ସରକାର ଙ୍କ ଦରଦାମ ବୃଦ୍ଧି, ଆବାସ ଯୋଜନା ଦୁର୍ନୀତି,ଡିଜେଲ ଦର ବୃଦ୍ଧି,ଟାଟା କମ୍ପାନୀ ର ବିଜୁଳି ଦର ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ର ରେ ରାଜ୍ୟ ସରକାର ଙ୍କୁ ଦାୟୀ କରି ନାରାବାଜି ଦେବା ସହ ଏକ ରାଲି ରେ ବ୍ଲକ କାର୍ଯ୍ୟାଳୟ କୁ ପହଁଚି ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଗଲା ବୋଲି ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ l ଏହି ଘେରାଉ ରାଲି ରେ ପୋଲସ୍ତି ପ୍ରଧାନ,ଗଣେଶ ଲୌରୀୟା,ରମା ଭୋକ୍ତା, ଚିତ୍ର ସେନ ମଲ୍ଲିକ,ବଟ ମହାନଦୀଆ,ଯଜ୍ଞସ୍ୱର ଭୋକ୍ତା ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ l


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l