ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି,୧୮।୮(ଆମ ଓଡିଶା ଖବର )ଆଜି ସାରା ରାଜ୍ୟ ରେ କଂଗ୍ରେସ ତରଫରୁ ବିଭିନ୍ନ ଦାବି ନେଇ ସମସ୍ତ ବ୍ଲକ୍ ଅଫିସ୍ ଘେରାଓ କାର୍ଯ୍ୟକ୍ରମ ରହିଥିବା ବେଳେ ଚନ୍ଦାହାଣ୍ଡି ଠାରେ ଆଜି ଏକ ଅଭିନବ ଢଙ୍ଗରେ ପ୍ରତିବାଦ ହୋଇ ଥିବା ଦୃଷ୍ଟି ଗୋଚର ହୋଇଛି।ଆଜି ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ ବରିଷ୍ଠ କଂଗ୍ରେସ ନେତା କ୍ଷେମରାଜ୍ ବାଘ ଙ୍କ ନେତୃତ୍ୱ ରେ କଂଗ୍ରେସ କର୍ମୀମାନେ ବ୍ଲକ୍ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ହୋଇ ପଶିବା ସହ ବ୍ଲକ୍ କାର୍ଯ୍ୟାଳୟ ମଧ୍ୟରେ ରେ ରହିଥିବା ଏକ ପାର୍କ ର ନାମ ଫଳକ ରେ ରହି ଥିବା ଉଠା ଜଳ ସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ ଙ୍କ ନାମ କୁ କାଳୀ ବୋଳି ଥିବା ଦେଖିବାକୁ ମିଳିଛି।ସରକାର ଙ୍କ ଗାଇଡ୍ ଲାଇନ୍ କୁ ଅଣଦେଖା କରାଯାଇ ବ୍ଲକ୍ ପ୍ରଶାସନ ତରଫରୁ ଏହି ବ୍ୟକ୍ତିଙ୍କ ନା କୁ ବିଭିନ୍ନ ସରକାରୀ ଉଦ୍ଘାଟନ ନାମ ଫଳକ ରେ ସ୍ଥାନ ଦିଆଯାଉଥିବାରୁ ଏହାକୁ ସାଧାରଣ ରେ ଘୋର ବିରୋଧ କରାଯାଇଛି।ଏଭଳି କି ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ଙ୍କ ନାମ ପୂର୍ବରୁ ଏହି ବ୍ୟକ୍ତି ଙ୍କ ନାମ ଲେଖା ଯାଉଥିବାରୁ ଏହାକୁ ବିରୋଧ କରି ଏଭଳି କାଳୀ ବୋଲି ପ୍ରତିବାଦ କରାଯାଇଛି ବୋଲିପ୍ରତିବାଦରେସାମିଲ ଥିବା କଂଗ୍ରେସ କର୍ମୀ ପ୍ରକାଶକରିଛନ୍ତି।ଏଭଳି କି ଏଠାରେ ସାଂସଦ ବିଧାୟକ କେବଳ ନାମକୁ ମାତ୍ର ରହିଥିବା ବେଳେ ଉଭୟ ପ୍ରତିନିଧି ଙ୍କ ଅପାରଗତା ଓ ଉଭୟ ପ୍ରତିନିଧି ଙ୍କ ହାତ କରି ଏହି ବ୍ୟକ୍ତି ଏଠାରେ ସମାନ୍ତରାଳ ଭାବେ ଶାସନ ଚଳାଇଛନ୍ତି ବୋଲି କଂଗ୍ରେସ ତରଫରୁ ଅଭିଯୋଗ ହେଉଛି।ଯଦି ଏହାର ପୁନରାବୃତ୍ତି ହୁଏ ତେବେ ବ୍ଲକ୍ କାର୍ଯ୍ୟାଳୟ କୁ ତାଲା ଦିଆଯିବ ବୋଲି କଂଗ୍ରେସ ନେତା କ୍ଷେମ୍ ରାଜ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ୨୫ ବର୍ଷ ବିଜେଡି ସରକାର ଓ ବିଜେପି ସରକାର ଅମଳରେ ,ଦରଦାମ ବୃଦ୍ଧି,ପେଟ୍ରୋଲ ଡିଜେଲ ଦର ଆକାଶ ଛୁଆ, ଚାଷୀ ମାରଣାନୀତି, ଜିଲ୍ଲା ଭିତିକ ନିଯୁକ୍ତି, ଵ୍ଳକ ଅଫିସ୍ ରେ ପିସି କାରବାର ବନ୍ଦ, ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୫ଟି କାମକୁ ପଲିସଭା ମାଧ୍ୟମରେ କାର୍ଯ୍ୟ କରିବା, ଜଙ୍ଗଲ ଜମିପଟ୍ଟା ପ୍ରଦାନ, ଗରିବ ମାନଙ୍କୁ ଘରଡିହ ପଟା ପ୍ରଦାନ୍, ଡାକ୍ତରଖାନା ରେ ଡାକ୍ତର ନିଯୁକ୍ତି ପାଇଁ ଦାବି ବ୍ଲକ୍ ପ୍ରଶାସନ ର ପାତର ଅନ୍ତର ନୀତି ବିରୋଧ ରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ପରେ ଶତାଧିକ କଂଗ୍ରେସ କର୍ମୀ ବ୍ଲକ୍ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ହୋଇ ବସି ସରକାର ବିରୋଧ ରେ ଜୋରଦାର ନାରାବାଜି କରିଥିଲେ ଯାହା ଫଳ ରେ ଉପସ୍ଥିତ ପୋଲିସ କୁ ନାକେ ଦମ୍ ହେବା କୁ ପଡ଼ିଥିଲା। ଏହି ବ୍ଲକ୍ ଘେରାଉ କାର୍ଯ୍ୟକ୍ରମ ରେ ପର୍ଯ୍ୟବେକ୍ଷକ ଭାବେ ନାରୀନେତ୍ରୀ ହାରାବତି ଗଣ୍ଡ ଯୋଗ ଦେଇ ଥିବା ବେଳେ ବ୍ଲକ୍ ସଭାପତି ହୁମେଶ୍ୱର୍ ହଂସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଘେରାଉ ସମୟରେ ରେ ନାରୀନେତ୍ରୀ ହାରାବତି ଗଣ୍ଡ,,ବ୍ଲକ୍ ସଭାପତି ହୁମେଶ୍ୱର ହଂସ,ଜଗଦୀଶ ବାଘ,କେଶବ ସୁନା,କୃଷ୍ଣ ବାଘ,କୁବେର ନିଆଲ, ଜୟ ସିଂ ପାଣ୍ଡେ, ଆସମତି ବାଘ,ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ