ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ବାଲିଗୁଡ଼ା :28/08.ଦୀର୍ଘ 5କିଲୋମିଟର ରାସ୍ତା ପିଚୁ ଉଠିବା ସହିତ ମେଟାଲ ବାହାରିବା ଓ ବିଭିନ୍ନ ସ୍ଥାନରେ ଖଳଖମା ହୋଇ କାଦୁଅ ରେ ଜନସାଧାରଣ ଯାତାୟତ କରିବା ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ରେବୀଙ୍ଗିଆ ପଞ୍ଚାୟତ ଗାବାଙ୍ଗପଦର ରାସ୍ତା!ସୂଚନା ଅନୁଯାଇ ଉକ୍ତ ରାସ୍ତାରେ ପ୍ରତିଦିନ ସଲା କିଆ ଵାଲାକିଆ , ମିଡ଼ିଆକିଆ, ଚି଼ଙ୍ଗିରିଗାଁ, ,ଆଦି ପlଞ୍ଚ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟତ କରିବା ସହିତ 68ନଂ ଜାତୀୟ ରାଜପଥ ବାରଖମା ବାଲିଗୁଡ଼ା ଷ୍ଟପ ଠାରୁ ବଲାଙ୍ଗୀରି, ଭାୟା ସନପୁର ଓ ବୌଦ୍ଧ କୁ ମଧ୍ୟ ଯାଆନ୍ତି ରାସ୍ତାରେ ଦୁର୍ଘଟଣା ର ଶିକାର ବି ହୋଇଥିବା ନଜର କୁ ଆସିଛି!ପୂର୍ବେ ଉକ୍ତ କେନାଲ ରାସ୍ତାଟି ପିଚୁ ରାସ୍ତାରେ ନିର୍ମାଣ ହୋଇଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବ ଓ ଅନ୍ୟପଟେ ଲୁହାଚକ ଲଗା ଟ୍ରାକ୍ଟର ଯିବା ଆସିବା ନେଇ ରାସ୍ତା ର ଅବସ୍ଥା ଏବେ ପିଚୁ ଉଠିବା, ମେଟାଲ ବାହାରି ବହୁ ସ୍ଥାନରେ ଖାଲ ଖମା ହୋଇ କାଦୁଅ ପଚ ପଚ ହୋଇ ସୋଚନୀୟ ହୋଇଥିବାର ଜନସାଧାରଣ ଅଭିଯୋଗ ଆଣିବା ସହିତ ରାସ୍ତର ଏହି ଅବସ୍ଥାନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି!ଏଣୁ ଉକ୍ତ ରାସ୍ତା ସମସ୍ୟା କୁ ଦୃଷ୍ଟି ରେ ରଖି ମରାମତି କରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବି ହେଉଛି!


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.