ରିପୋର୍ଟର : ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା : ରାଉରକେଲା ସହର ସ୍ଥିତ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରେଳବାଇ ଷ୍ଟେସନକୁ ପେଟ୍ରୋଲିଂ ପାଇଁ ଅବକାରୀ ଅଧିକାରୀଙ୍କ ସମେତ ସହଯୋଗୀଗଣ ଯାଇଥିବା ବେଳେ କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବାର ସୂଚନା ପାଇ ସିଆରପିଏଫ ଯବାନଙ୍କ ସହିତ ଯାଞ୍ଚ କରି ଅନ୍ୟୁନ ୧୨ କେଜି ୧୫୦ ଗ୍ରାମ ଏନଡିପି ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଗିରଫ ଅଭିଯୁକ୍ତ ଦ୍ବୟ ମନିଷ କୁମାର (୨୪ ) , ଅନିଲ କୁମାର ( ୧୯ ) ଏମାନେ ବିହାର ରାଜ୍ୟର ପାଟନା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ପ୍ରାଥମିକ ତଦନ୍ତ ପରେ ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଅଧିକାରୀ ମତବ୍ୟକ୍ତ କରିଥିଲେ । ଆଗକୁ ମଧ୍ୟ ଷ୍ଟେସନ ଅଞ୍ଚଳରେ ଏହିଭଳି ପେଟ୍ରୋଲିଂ ଜାରିରହିବ ବୋଲି ମଧ୍ୟ କହିଛନ୍ତି ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.