ଧର୍ମଗଡ଼: ୨୮/୧(ଆମ ଓଡ଼ିଶା ଖବର) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଯାଦବ ମହାସଭା ଅଭ୍ୟର୍ଥନା କମିଟିର ସଭାପତି ସୁରେଶ ଚନ୍ଦ୍ର ଭଇଁସାଲ ଙ୍କ ସଭାପତିତ୍ୱ ରେ ଛେଣ୍ଡିଆ ଶ୍ରୀରାମପୁର ଶ୍ରୀକୃଷ୍ଣ ସଂସ୍କାର କେନ୍ଦ୍ର ଠାରେ ଏକ ବ୍ଲକ ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଧର୍ମଗଡ଼ ବ୍ଲକର ଅନେକ ଆଞ୍ଚଳିକ କର୍ମକର୍ତ୍ତା, ଯାଦବ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।
ଧର୍ମଗଡ଼ ବ୍ଲକ ଯାଦବ ମହାସଭା କାର୍ଯ୍ୟକାଳ ଗତ ୨୧ଜାନୁୟାରୀ ୨୦୨୪ ରେ ସମାପ୍ତ ହୋଇଥିବା ବେଳେ ନୂତନ କମିଟି ଗଠନ କରାଯାଇଥିଲା ।ସର୍ବ ସମ୍ମତି କ୍ରମେ ସାଧାରଣ ବୈଠକରେ ଧର୍ମଗଡ଼ ବ୍ଲକ ଯାଦବ ମହାସଭା ସଭାପତି ଭାବେ ସୁରେଶ ଚନ୍ଦ୍ର ଭଇଁସାଲ, ଉପସଭାପତି ପ୍ରମୋଦ ହଂସ,ସଂପାଦକ ଅରକ୍ଷିତ ଭଇଁସାଲ, ଯୁଗ୍ମ ସଂପାଦକ ଏକାଦଶୀ ଗୋପାଳ, କୋଷାଧ୍ୟକ୍ଷ ସୁଧୀର ଗୋପାଳ ଙ୍କୁ ମନୋନୀତ କରାଯାଇଥିଲା ।
ଓ ଉକ୍ତ କମିଟିକୁ ତଦାରଖ କରିବା ପାଇଁ ଉଚ୍ଚ କ୍ଷମତା ସମ୍ପନ କମିଟି ଅଧ୍ୟକ୍ଷ ଭାବରେ ଧନୁ ଗୋପାଳ, ଗୌରାଙ୍ଗ ଭଇଁସାଲ,ନରେନ୍ଦ୍ର କେତକୀ,କୁଞ୍ଜ ବିହାରୀ ଗୋପାଳ,ରତ୍ନାକର ବେମାଲ,ନିମାଇଁ ଗୋପାଳ,ଶଙ୍କର ପ୍ରସାଦ ଚଣ୍ଡୀ ଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଳ, ତୁଲଶୀରାମ ବାରିକ,ବଦ୍ରିନାଥ ଗୋପାଳ, ନିରାକାର ଗୋପାଳ, ଧର୍ମଗଡ଼ ଏନଏସି ସଭାପତି ଅନିରୁଦ୍ଧ ଲହଜଳ, ଦିଗାମ୍ବର ବେମାଲ,ରାଏଧର ଚଣ୍ଡୀ,ଭୋଜରାଜ ହଂସ,କାଶିରାମ ଭଇଁସାଲ, ଧନିଷ୍ଠ ଲହଜଳ,ପିଣ୍ଟୁ ଭଇଁସାଲ,ମଧୁସୂଦନ ଗୋପାଳ ପ୍ରମୁଖ ଯୋଗଦାନ କରିଥିଲେ ।




More Stories
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l
ସେବା ନିବୃତ୍ତ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ l
ଏକ୍ସ ଆଇ ଏମ ବିଶ୍ୱବିଦ୍ୟାଳୟରେ ଏକ୍ସ ପ୍ଲୋଜନ୍ସ ଏକ୍ସ ଜାମ୍ବୋରୀ ଅନୁଷ୍ଠିତ l