ରିପୋର୍ଟ -ଇନ୍ଦ୍ର ପାଙ୍ଗି
ବୈପାରୀଗୁଡା (ଆମ ଓଡ଼ିଶା ଖବର )ଜୟପୁର ଭିଜିଲାନ୍ସ ଜାଲରେ ବୋଇପାରିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ଏକ ରିଲାଏନ୍ସ ନାମକ ପ୍ରାଇବେଟ ବସରେ କଟକ ନିଜ ଘର କୁ ଗଲା ବେଳେ ଜୟପୁର ସ୍ତିତ୍ ଟାଙ୍କୁଆ ନିକଟରେ ମାଡି ବସିଲା ଜୟପୁର ଭିଜିଲାନ୍ସ ଟିମ୍। ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ନଗଦ ଜବତ କରିଛି ଜୟପୁର ଭିଜିଲାନ୍ସ। ଏତେ ପଇସା ସେ କୁଆଡେ ନେଉଥିଲେ କାଇଁକି ନେଉଥିଲେ ତାହା ବର୍ତ୍ତମାନ ସନ୍ଧେହ ଘେର ରେ । କେଉଁ ଉଦେଶ୍ୟରେ ନଗଦ ଏତେ ଟଙ୍କା ଧରି କଟକ କାହିଁକି ଯାଉଥିଲା ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ!
ସେପଟେ ବୈପାରୀଗୁଡା iicଙ୍କ ଚାମ୍ବରରୁ ୧ଲକ୍ଷ 80ହଜାର ଟଙ୍କା ଜବତ କରାଯାଇଛି ଏବଂ ବୈପାରୀଗୁଡା ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ମିଳିଛି ଏହି ପରି ମୋଟ ୭ଲକ୍ଷ 50ହଜାର ଟଙ୍କା ଜବତ ହୋଇଛି ! ଏତେ ଏତେ ଟଙ୍କା କେମିତ ଆସିଲା ଏନେଇ ବୈପାରୀଗୁଡା ଥାନା ଅଧିକାରୀଙ୍କୁ ପଚରା ଉଚୁରା କରୁଛି ଜୟପୁର ବିଜିଲାନ୍ସ


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l