ରିପୋର୍ଟ :ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ
ବାରଣ୍ଡା ରେ ପାଠ ପଢା ଚାଲିଛି l ଉପ ଜିଲ୍ଲାପାଳ ଙ୍କୁ ଯୋଗାଯୋଗ ପରେ ଛାତ ରେ ପଡ଼ିଲା ପାଲ କେନ୍ଦ୍ର ଓ ରାଜ୍ୟ ସରକାର ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା ଦେଇ ପ୍ରତ୍ୟେକ ବିଦ୍ୟାଳୟ କୁ ଉନ୍ନତ ମାନର ଶ୍ରେଣୀ ଗୃହ ଉପକରଣ ପୋଷାକ ମଧ୍ୟାହ୍ନ ଭୋଜନ ଯୋଗାଣ ଦେଉଛ ନ୍ତି କିନ୍ତୁ ଏହି ଚିତ୍ର ହିଁ ବୟାନ କରୁଛି ଯେ ବିଦ୍ୟାଳୟ କେମିତି ଚାଲିଛି l ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢା ଚାଲିଛି l ଏ କୌଣସି ଉପାନ୍ତ ଅଞ୍ଚଳର ଚିତ୍ର ନୁହେଁ ଖୋଦ୍ ବାଲିଗୁଡା ଏନ୍ ଏ ସି ର ଏକ ନମ୍ବର ୱାର୍ଡ ର ଚିତ୍ର l
ବ୍ରିଟିଶ ଅମଳ ର ସ୍କୁଲର ଅବସ୍ଥା ଦୂରବସ୍ଥା 1889ମସିହାରେ ସ୍ଥାପିତ ବଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ଅଣଦେଖା କରିଛି ପ୍ରଶାସନ l ଭଙ୍ଗା ଦଦରା ଶ୍ରେଣୀ ଗୃହ ରେ ପାଠ ପଢ଼ୁଛନ୍ତି 30ଜଣ ଆଗାମୀ ଭବିଷ୍ୟତ l ସ୍କୁଲ ଛାତ ଓ ଆଜବେଷ୍ଟସ ରୁ ପାଣି ଗଳିବାରୁ ବାରଣ୍ଡା ରେ ଚାଲିଛି ପାଠ ପଢା ଚାଲିଛି l ପୂର୍ବ ରୁ ବିଦ୍ୟାଳୟ କତୃପକ୍ଷ ବହୁବାର ବିଭାଗୀୟ ଅଧିକାରୀ ପ୍ରଶାସନ କୁ ଅବଗତ କରିଥିଲେ l ଆଜି ଲଗାଣ ବର୍ଷା ରେ ଶ୍ରେଣୀଗୃହ ରେ ପାଣି ଗଳୁଥିବା ଦେଖି ବାଲିଗୁଡା ଏନ ଏ ସି ର 1ନମ୍ବର କାଉସିଲର ଅଜୟ ଦିଗାଲ ଆମ ପ୍ରତିନିଧି ଙ୍କୁ ଖବର ଦେଇଥିଲେ l ଆମ ପ୍ରତିନିଧି ସ୍ଥିତି ପରଖି ବାଲିଗୁଡା ଉପ ଜିଲ୍ଲାପାଳ ମିସ୍ ମଧୁମିତା ଙ୍କୁ ଯୋଗାଯୋଗ କରିବାରୁ ପ୍ରଶାସନ ପାଲ ପକାଇଥିବା ଜଣା ପଡ଼ିଛି ଖୁବ୍ ଶୀଘ୍ର ବଡଗାଁ ପ୍ରାଥମିକ ବିଦ୍ୟାଳୟ ମରାମତି କାର୍ଯ୍ୟ ଆରମ୍ଭ୍ ହେବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.