ରିପୋର୍ଟ :ବେଗୁନିଆପଡାରୁ ଦେବାଶିଷ ମହାରଣା
ବେଗୁନିଆପଡା :ବାପା,ମା ଙ୍କ ଅଳି ଅଳି ସାନ ଝିଅ କାଜଲ(16) | ଦୁଇ ବର୍ଷ ତଳେ ମାଟ୍ରିକ ପଢା ସାରି ଆଗକୁ ପାଠ ପଢିବା ପାଇଁ ଲକ୍ଷ ରଖିଥିଲେ,କିନ୍ତୁ ବିଧିର ବିଧାନ ଆଗରେ ବନ୍ଧା ପଡିଗଲେ କାଜଲ | ହାତ ରେ ଗୋଟିଏ ଛୋଟିଆ ଦୁର୍ଘଟଣାରୁ ଆରମ୍ଭ ହେଲା କର୍କଟ ରୋଗ | ଦୀର୍ଘ ସାତ ମାସ କାଳ ବିଭିନ୍ନ ମେଡିକାଲ ଧାଇଁ ଧାଇଁ ସର୍ବସ୍ୱାନ୍ତ ହୋଇଗଲେଣି ପରିବାର | ନା ହାତରେ ଅଛି ରାସନ କାର୍ଡ, ନା ଅଛି ବିଜୁ ସ୍ଵାସ୍ତ୍ୟ କାର୍ଡ | ଯାହା ଥିଲା ଖର୍ଚ୍ଚ କରି କରି ଏବେ ଭଗବାନ ଭରସାରେ ପରିବାର | ତିନି ଝିଅ ରେ ଅଳି ଅଳି ସାନ ଝିଅ କାଜଲ ଏବେ ଜୀବନ ମୃତ୍ୟୁ ର ଦୋ ଛକିରେ | ନିଜ ଜୀବନ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିବାର ଦୃଶ୍ୟ ହୃଦୟ ବିଦାରକ | ଝିଅର ଜୀବନ ପାଇଁ ବାପା ଭିକା ପଲେଇ ଏଵଂ ମା ଜୟନ୍ତୀ ପଲେଇ କାନ୍ଦି କାନ୍ଦି ନୟାନ୍ତ | ଯାହା ଥିଲା ସବୁ ସରିଗଲା,ଏବେ କେବଳ ପ୍ରଶାସନ ର ସହାୟତା କୁ ଅପେକ୍ଷା | ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତ,କୁମାରିପାରୀ ଗ୍ରାମର ଭିକା ପଲେଇ ଙ୍କ ସାନ ଝିଅ କାଜଲ ପଲେଇ | ଦୀର୍ଘ ଛଅ ମାସ ଧରି କର୍କଟ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ର ଶିକାର ହୋଇ ଆସୁଛନ୍ତି | ଚାଷୀ ପରିବାରରେ ଜନ୍ମିତ କାଜଲ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ | କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଗରୀବ ପରିବାର ର ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ରାସନ କାର୍ଡ କିମ୍ୱା କୌଣସି ପ୍ରଶାସନିକ ସାହାଯ୍ୟ ମିଳି ନଥିବା ପରିବାର ଲୋକେ କହିଛନ୍ତି | ଖବର ପାଇ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ସମେତ ବିଜେପି ନେତା ମଧୁସୂଦନ ଜେନା,ସନ୍ତୋଷ କୁମାର ମିଶ୍ର,ବିକାଶ ସ୍ୱାଇଁ ପ୍ରମୁଖ କାଜଲ ଙ୍କ ଵାସ ଭାବନରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସରକାରୀ ସ୍ତରରେ ସାହାଯ୍ୟ ର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଥିଲେ | କାଜଲ ଙ୍କ ପରିବାର ଅତ୍ୟନ୍ତ ଗରୀବ ପରିବାରର ହୋଇଥିବାରୁ ପ୍ରଶାସନିକ ସ୍ତରରେ ସାହାଯ୍ୟର ଆବଶ୍ୟକ ହୋଇପଡିଛି |


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.