ରିପୋର୍ଟ :ଫିଲିପ କୁମାର ଡିଗାଲ
ବାଲିଗୁଡା :ଆଜି ତା 29/07/23 କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକର ଜନପ୍ରତିନିଧି ମାନେ ଆଜି ମଣିପୁରରେ ପୁନଃ ଶାନ୍ତି ଓ ଅଧିବାସୀ ଯୁବତୀଙ୍କ ଉପରେ ଅତ୍ୟାଚାର କରିଥିବା ଲୋକଙ୍କୁ କୋଠର ଦଣ୍ଡ ଦିଆଯିବା ଦାବିରେ ମହାମହିମା ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବାଲିଗୁଡା ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।ସଙ୍ଘ ଉପସଭାପତି ପରମାନନ୍ଦ ନାୟକଙ୍କ ନେତୃତ୍ୱରେ ପାଖା ପାଖି ବାଲିଗୁଡା ବ୍ଲକର 80ରୁ ଉର୍ଦ୍ଧ୍ବ ଜନପ୍ରତିନିଧି ମାନେ ଯୋଗ ଦେଇଥିବା କହିଛନ୍ତି ସଙ୍ଘ ସଭାପତି ପ୍ରତାପ ମଲିକ ।ମଣିପୁର ପୋଲିସକୁ ପ୍ରତିବାଦ କରିବାକୁ ଅମାନୁଷିକ ଭାବରେ ଅଶୀଳ ଢଙ୍ଗରେ ଅଧିବାସୀ ଯୁବତୀମାନଙ୍କୁ ବ୍ୟବହାର କରାଯାଇଛି ତାହା ଦେଶବାସୀ ଓ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ବର୍ଗ ଲୋକଙ୍କୁ ମାନସିକ ସ୍ତରରେ ଶକ୍ତ ଆଘାତ କରିଛି ।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।