ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡା :ଜଙ୍ଗଲ ରୁ ବିଫଳ ପରିମାଣ ରବେଆଇନ ଗଞ୍ଜେଈ ଜବତ l ଗଞ୍ଜେଈ ଚୋରା ଚାଲଣପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଙ୍ଗଲ ମଧ୍ୟ ରୁ 302କେଜି 225ଗ୍ରାମ ଓଜନର ବେଆଇନ ଗଞ୍ଜେଈ ଫୋଲିସ ଜବତ କରିଥିବା ଜଣାପଡ଼ିଛି l ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ପେଟ୍ରୋଲି କରୁଥିବା ବେଳେ ସିନ୍ଦ୍ରିଗାଁ ପଞ୍ଚାୟତ ତେମାଙ୍ଗି ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣ ର ବେଆଇନ ଗଞ୍ଜେଈ ଗଛିତ ଥିବା ବିଶ୍ୱସ୍ତ ସୂତ୍ର ରୁ ଜାଣି ବାକୁ ପାଇଥିଲା ପୋଲିସ l ସୂଚନା ପ୍ରକାର ସମ୍ପକ୍ତ ଜଙ୍ଗଲ ରେ ପୋଲିସ ଟିମ ଚଢ଼ାଉ କରି 302କେଜି 225ଗ୍ରାମ ଓଜନ ର ବେଆଇନ ଗଞ୍ଜେଈ ଜବତ କରିଥିବା ବେଳେ ପୋଲିସ କୁ ଦେଖି ଘଟଣା ସ୍ଥଳରୁ ପାଞ୍ଚ ଜଣ ମାଫିଆ ଚମ୍ପଟ ମାରିଥିବା କହି ଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ l ଜବତ ଗଞ୍ଜେଈ ର ଆନୁ ମାନିକ ମୂଲ୍ୟ 15ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି l ଏନେଇ ବାଲିଗୁଡ଼ା ଥାନାରେ କେସ ନମ୍ବର 175/2023ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ଶ୍ରୀ ବାବା ଶଙ୍କର ସରାଫ l
More Stories
ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।
୨୫ ହଜାର ଟଙ୍କା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ l
ଦଣ୍ଡକାଳୀଙ୍କ ହୁଣ୍ଡି ତାଡ଼ି ଲୁଟି ନେଲେ ଦୁର୍ବୁତ୍ତ