କପିଳେଶ୍ଵର ସିଂହଙ୍କ ରିପୋର୍ଟ
ଖୋର୍ଦ୍ଧା ଟାଙ୍ଗୀ ତହସିଲ ଦାରଙ୍କ ଷ୍ଟାମ୍ପ Y ଫର୍ମ ଜାଲିଆତି କରି ଲଘୁଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ଘଟଣାରେ ଜଙ୍କିଆ ପୋଲିସ୍ ର ଚଢାଉ ୩ଗିରଫ।ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ତହସିଲ ଅଂଚଳରେ ଲଘୁଖଣିଜ ପଦାର୍ଥ ଚୋରାରାଲାଣ ବେଧଡକ ଭାବରେ ଚାଲିଛି ମାଫିଆମାନେ ଲଘୁଖଣିଜ ପଦାର୍ଥ ଚୋରାରାଲାଣ କରିବାକୁ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ କରୁଛନ୍ତି।ମାଫିଆମାନେ ବହୁଳ ଭାବରେ ନକଲି Yଫର୍ମ ବ୍ୟବହାର କରୁଛନ୍ତି।ବେଆଇନ ଲଘୁଖଣିଜ ପଦାର୍ଥ ଚୋରାରାଲାଣ ଅଭିଯୋଗ ରେ ଜଂକିଆ ପୋଲିସ ୩ଜଣଙ୍କୁ ଗିରଫ କରିଛି।ନକଲି Yଫର୍ମ ତିଆରି କରି ଦେଉଥିବା ୨ କମ୍ପୁଟର ଦୋକାନୀ ଗିରଫ।କମ୍ପୁଟର ଦୋକାନୀ ହେଲେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା କମ୍ପୁଟର ଦୋକାନର ମାଲିକ ପ୍ରମୋଦ କୁମାର ଦାସ ଅନ୍ୟ ଜଣକ ହେଲେ ନୟାଗଡ ଜିଲା ଚାନ୍ଦପୁର ଦଶ ଦୋଳ ପଡିଆ ସମ୍ନୁଖରେ କମ୍ପୁଟର ଦୋକାନୀ ହ୍ରୁଷିକେଶ ସାହୁ।ସେମାନଙ୍କ ଠାରୁ କଲର ପ୍ରିଣ୍ଟର ନମ୍ବରିଙ୍ଗ ମେସିନ କମ୍ପୁଟର ନକଲି ସିଲ୍ ଜବତ କରିଛି ଜଙ୍କିଆ ପୋଲିସ।ଏହା ସହ ନକଲି Y ଫର୍ମ ବ୍ୟବହାର କରୁଥିବା ଅଭିଯୋଗରେ ଟ୍ରକ୍ ଚାଳକ ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ଗିରଫ କରିବା ସହ ଟ୍ରକ କୁ ଜବତ କରିଛି ପୋଲିସ।ଆଗକୁ ବହୁ ଅଭିଯୁକ୍ତ ଗିରଫ ହେବାର ପୋଲିସ ସୂତ୍ରରୁ ସୂଚନା ମିଳିଛି।




More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.