ବିୟୁରୋ ରିପୋର୍ଟ
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର । ଯୁଗ ଶ୍ରମ ଆୟୁକ୍ତ ଭୁବନେଶ୍ୱର ଦ୍ଵାରା ପରଚାଳିତ କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ,
ଟାଙ୍ଗୀ ବ୍ଲକ ଚେୟାରମ୍ୟାନ ରିସ୍ନା ମାନ୍ଧାତା , ଟାଙ୍ଗୀ ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ , ଟାଙ୍ଗୀ ବ୍ଲକ ଏକ୍ସ ଚେୟାରମ୍ୟାନ ବିଜୟ କୁମାର ଜେନା ଓ ଗୀତାଜଂଳୀ ପାଟ୍ଟଶାଣୀ , ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ/ସଭ୍ୟା , ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ହୋଇଥିବା ୨୧ ଜଣ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୩୮,୦୦,୦୦ ଓ ୨୧ ଜଣ ଶ୍ରମିକ ଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୧,୦୫,୦୦୦ ଟଙ୍କା, ବିବାହ କାଳୀନ ସହାୟତା ମଧ୍ୟମରେ ୦୫ ଜଣ ଙ୍କୁ ୨,୫୦,୦୦୦ ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତ ବାବଦରେ ୫ ଜଣ ଙ୍କୁ ୫୦,୦୦୦ ଟଙ୍କା, ଶିକ୍ଷା ସହାୟତା ବାବଦରେ ୩୫ଜଣ ଙ୍କୁ ୧,୪୮,୪୦୦ ଟଙ୍କା ସର୍ବମୋଟ ୮୭ ଜଣଙ୍କୁ ୪୩,୫୩,୪୦୦ ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହା ସହିତ ୨୮୧ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ ପତ୍ର ବଣ୍ଟନ କରାଯାଇଥିଲା ।
ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ , ପ୍ରଭାକର ବିଶ୍ବାଳ, ରଶ୍ମିତା ପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
More Stories
ବୋଲଗଡ଼ରେ ନୂତନ ତହସିଲଦାର ବିଜୟ ସେଠୀଙ୍କ ଯୋଗଦାନ ।
ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବରେ ବହୁ ପ୍ରତିଭା ସମ୍ବର୍ଦ୍ଧିତ ।
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର