ବାଲୁଗାଁ ( ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରରେ ଥିବା ଶ୍ରୀ ମାର୍ବଲ ଦୋକାନରେ GST ଟିମ ଚଢ଼ାଉ କରିଛି, ବାଲୁଗାଁ ଚିଲିକା ରୋଡ଼ ସ୍ଥିତ ଶ୍ରୀ ମାର୍ବଲ ଦୋକାନରେ ୨୬ ଜଣିଆ GST ଟିମ ଚଢ଼ାଉ କରିଵା ସହ ସମ୍ପୃକ୍ତ ଦୋକାନୀ ମାଲିକ ଘନଶ୍ୟାମ ସ୍ୱାଇଁ (ଘନ )ଦୀର୍ଘ ଦିନ ଧରି ମାର୍ବଲ ଓ ଟାଇଲସ ବେପାର କରିଆସୁଥିବା ବେଳେ GST ଫାଙ୍କୁଥିବା ଅଭିଯୋଗ ହୋଇଥିବାରୁ । ଏହା ସହିତ ଘନଶ୍ୟାମ ବହୁ କମ ଦିନ ମଧ୍ୟରେ ଏକାଧିକ ଜାଗାବାଡି ସାଙ୍ଗକୁ କୋଠାବାଡି କରି ସମ୍ପତି ବିସ୍ତାର କରି ବାଲୁଗାଁ ସହର ରେ ଘନଶ୍ୟାମ ଚର୍ଚ୍ଚାକୁ ଆସିଥିଲେ।
ଅଭିଯୋଗ କ୍ରମେ ୨୬ ଜଣିଆ GST ଟିମ ଘନଶ୍ୟାମଙ୍କ କୋଦପୁର ସ୍ଥିତ ପୈତୃକ ଘର ଓ ବାଲୁଗାଁ ସୂର୍ଯ୍ୟନଗର ରେ ଥିବା ତିନିମହଲା ନିର୍ମିତ କୋଠା ଚିଲିକା ରୋଡ଼ ଦୋକାନ ଓ କିଛି ଗୋଦାମ ଗୃହ ଉପରେ ଅତର୍କିତ ଚଢ଼ାଉ କରି ଛାନଭିନ ଜାରି ରଖିଥିଥିଲା। ବାଲୁଗାଁ ସହରରେ ଦିବା 2ଘଣ୍ଟା ରୁ ରାତ୍ର ନ ଘଣ୍ଟା ପର୍ଯନ୍ତ GST ଟିମ ଚଢ଼ାଉ ଜାରିରହିଥିବା ଖବର ପ୍ରଚାରିତ ହେବାପରେ GST ଫାଙ୍କୁଥିବା କିଛି ଦୋକାନ ତରବରିଆ ଭାବେ ବନ୍ଦକରିବାର ଦେଖିବାକୁ ମିଳିଥିଲା l ଏଠି ପ୍ରଶ୍ନ ସାଧାରଣ ଗ୍ରାହକ ଟି ଯେକୌଣସି ସାମାନ କିଣୁଛି ତାଉପରେ GST ଲଦି କୌଣସି GST ବିଲ ନଦେଇ ଗ୍ରାହକଙ୍କଠୁ GST ବାବଦରେ ଚଢ଼ା ଡରରେ ବିକୁଚି ,ସରକାରଙ୍କର GST ଫାଙ୍କି ମାଲାମାଲ ହେଉଥିବା ଅସାଧୁ ଵେବସାୟ ଙ୍କ ଉପରେ GST ବିଭାଗ କି କାର୍ଯ୍ୟାନୁଷ୍ଠାନ ନେଉନ୍ତି ତାହା ଦେଖିବାକୁ ବାକିରହିଲା l



More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।