( ବିୟୁରୋ ରିପୋର୍ଟ )
ଆଜିର ବ୍ୟସ୍ତ ବହୁଳ କାର୍ଯ୍ୟଧାରାରୁ କିଛି ସମୟ ବାହାର କରି ଚାପମୁକ୍ତ ଜୀବନ ଓ ରୋଗ ବିହୀନ ଶରୀର ଗଠନ କରିବା ସହ ନିଜକୁ, ଓ ନିଜର କାର୍ଯ୍ୟଧାରାକୁ କୁଶଳତା ପୂର୍ବକ ଗଢିତୋଳିବାର ଏକ ମାତ୍ର ମାଧ୍ୟମ ଯୋଗ ଆସନ ପ୍ରାଣାୟମ ଓ ଧ୍ୟାନ କହିଲେ ଅତ୍ୟୁକ୍ତି ହେବନାହିଁ।

ଏହି ଉକ୍ତିକୁ ପ୍ରତିପାଦିତ କରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପକାରାଗାରରେ କାରାଗାରର ଅନ୍ତେବାସୀ ଙ୍କୁ ନେଇ ଏକ ଚାରିଦିନିଆ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଅନ୍ତେବାସୀ ମାନେ ଅତି ଉତ୍ସାହ ସହକାରେ ଶିବିରରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଅଂଶଗ୍ରହଣ କରି ଅନୁଭବ କରିଥିଲେ ଯେ ଯୋଗାଭ୍ୟାସ ଦ୍ବାରା ମନୁଷ୍ୟ ତା ଜୀବନର କାର୍ଯ୍ୟ ଶୈଳୀରେ ନିଶ୍ଚୟ ପରିବର୍ତ୍ତନ କରିପାରିବ।

ଏହି ଯୋଗ କର୍ମଶାଳା ଅବସରରେ ଅଂଶଗ୍ରହଣ କରିଥିବା ସମସ୍ତ ଅନ୍ତେବାସୀ ଏକ ଆଦର୍ଶ ଓ ସୁ ସଙ୍ଗତ ଜୀବନ ଯାପନ କରିବା ପାଇଁ ସଂକଳ୍ପ ମଧ୍ୟ ନେଇଥିଲେ। ଉକ୍ତ କର୍ମଶାଳା ଟି କାରାପାଳ ଶ୍ରୀଜଗତ ବିହାରୀ ରାଉତରାୟ ଙ୍କ ତତ୍ୱାବଧାନରେ ଚାଲିଥିବା ବେଳେ ,ଯୋଗାଚାର୍ଯ୍ୟ ପ୍ରସନ୍ନ କୁମାର ମିଶ୍ର ଏହାକୁ ସଂଚାଳନା କରିବା ସହ ଜିବନ ପାଇଁ ଯୋଗ, ଆସନ,ଧ୍ୟାନ ଓ ପ୍ରାଣାୟମ କେତେ ଜରୁରୀ ତାହା ଉପରେ ଆଲୋକପାତ କରାଇଥିଲେ ।


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।