ବାଲୁଗାଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାରା ରାଜ୍ୟରେ +୨ କଳା ଫଳ ପ୍ରକାଶିତ ହୋଇଛି। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ର +୨ ଶେଷ ବର୍ଷ ଛାତ୍ରୀ ସସ୍ମିତା ଦାସ କଲେଜ ରେ ଟପ୍ପର ହୋଇ ଗୈାରବ ଆଣିଛନ୍ତି । ସସ୍ମିତା ମୋଟ ୬୦୦ରୁ ୫୧୯ ନମ୍ବର ରଖି କଲେଜରେ ଟପ୍ପର ହେବା ସହ ସମସ୍ତଙ୍କୁ ପଛରେ ପକେଇ ଆଜି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡ଼କୂଳ ଗ୍ରାମର ପିତା ଭାସ୍କର ଦାସ ଓ ମାତା ମମତା ଦାସଙ୍କ ମଝିଆଁ ଝିଅ ସସ୍ମିତା। ସସ୍ମିତା ପିଲାଟି ଦିନରୁ ଭଲ ପାଠ ପଢିବା ସହିତ ନିଜ ସ୍କୁଲ ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟର ବିଭିନ୍ନ ସ୍ତରରେ ମଧ୍ୟ ସୃଜନାତ୍ମକ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭାକୁ ପଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି ।

ସସ୍ମିତା ଙ୍କ ଏହି କୃତିତ୍ବ ପାଇଁ ବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ଙ୍କ ସମେତ ବିଭିନ୍ନ ମହଲରୁ ସସ୍ମିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଚି। ପରିବାର ସହ ସାଙ୍ଗ ସାଥିମାନଙ୍କ ମହଲରେ ଖୁସୀର ଲହରୀ ଖେଳି ଯାଇ ଥିବାର ଦେଖିବାକୁ ମିଳିଛି। ସସ୍ମିତାଙ୍କ ଆଜିର ଏ ସଫଳତା ର ଶ୍ରେୟ ତାଙ୍କ ବାବା ମାଆ ବଡ଼ ଭଉଣୀ ରଶ୍ମିତା ଦାସ ଙ୍କ ସମେତ ବାଲୁଗାଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଦେଇଥିବାର ସସ୍ମିତା ଦୃଢତାର ସହ ପ୍ରକାଶ କରିଛନ୍ତି!!
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।