
ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଇନ୍ଦୁପୁର୍ ରେ ପରମ୍ପରା ଓ ନୀତି ନିୟମ ଅନୁସାରେ ଚାଲିଛି ଓ ଏହି ପ୍ରତିଷ୍ଠା ଅବସରରେ ବହୁ ଧର୍ମାବଲମ୍ବୀ ଲୋକଙ୍କ ସମାଗମ ବଢ଼ି ଚାଲିଥିବା ବେଳେ ଆଜି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ବରିଷ୍ଟ ନେତା ଶ୍ରୀ ଦୁର୍ଗା ପ୍ରସାଦ ସାହୁ ପୁର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀ ରମାକାନ୍ତ ମାଝୀ ବରିଷ୍ଟ ଯୁବ ନେତା ଶ୍ରୀ ପ୍ରଶାନ୍ତ ସାହୁ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରମେଶ ସାହୁ ଇନ୍ଦୁପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଗୋଦାବରି ରାଉତ ଙ୍କ ସମେତ ବହୁ ବିଜୁ ଜନତା ଦଳର କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ମାଁ ଙ୍କ ଆଶୀର୍ବାଦ କାମନା କରିଥିଲେ। ଯୋଗଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଗ୍ରାମ ବାସୀ ଓ ଯୁବକ ଭାଇ ମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ମହାସମାରୋହରେ ପାଳିତ ପ୍ରତିଷ୍ଠା ସମୟରେ ଗ୍ରାମବାସୀଙ୍କ ତରଫରୁ ପୁର୍ଣ୍ଣ ସହଯୋଗ ଓ ସହାୟତା ନିମନ୍ତେ ଅତିଥି ଗଣ ଖୁସି ପ୍ରକୋଟ କରିଥିଲେ !!


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।