ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକ୍ ଆବାସିକ ଗୃହ ଓ କାର୍ଯ୍ୟାଳୟ ଠାରେ କୌଣସି ବିଭାଗୀୟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ରହୁ ନ ଥିବା ଓ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ନିମ୍ନ ମାନର ହେଉଥିବା ଅଭିଯୋଗ କରି ଶୁକ୍ରବାର ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଳାହାଣ୍ଡି ଯୁବ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ ଜୁନାଗଡ଼ ଓ ଗୋଲାମୁଣ୍ଡା ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମାଣ ହୋଇଥିବା ଆବାସିକ ଗୃହ ଓ କାର୍ଯ୍ୟାଳୟ ରେ ଦୀର୍ଘ ବର୍ଷ ହେବ କୌଣସି ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ରହୁ ନ ଥିବା ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନ ମାନର ହେଉଛି , ତା ସହ ଗୋଲାମୁଣ୍ଡା ବ୍ଲକ୍ ଚଞ୍ଚରାମୁଣ୍ଡା ଠାରୁ ମୁକୁନ୍ଦ ପୁର ରାସ୍ତା,ରେଙ୍ଗାସାପାଲି ଠାରୁ ଲତାବାଞ୍ଜି, ଝୁଲେନବର ପତିଆଲ ପଡା ଠାରୁ ମୁଖିଗୁଡ଼ା ରାସ୍ତା ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ସରକାରୀ ଗୃହ ଓ କାର୍ଯ୍ୟାଳୟ କାହାପାଇଁ ବୋଲି ଯୁବ କଂଗ୍ରସ ପ୍ରଶ୍ନ କରିଛି । ଏ ନେଇ ଗତ ୨ତାରିଖ ଦିନ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ନିକଟରେ ଯୁବ କଂଗ୍ରେସ ଅଭିଯୋଗ କରିଥିଲା ।

ଗୋଲାମୁଣ୍ଡା ଓ ଜୁନାଗଡ଼ ଆର୍ ଡି ଅଫିସ ଓ ଆବାସିକ ଗୃହ ରେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ନିୟମିତ ରହିବା ଓ ଗୋଲାମୁଣ୍ଡା ବ୍ଲକ ର ୩ଟି ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ର ଉଚ୍ଚ ସ୍ଥାରୀୟ ତଦନ୍ତ କରିବା ନେଇ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଥିଲେ । ତେବେ ଲିଖିତ ଅଭିଯୋଗ ଅନୁଯାୟୀ ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଶୁକ୍ରବାର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଗଣଧାରଣା ଦିଆଯାଇଥିଲା । ଧାରଣା ସ୍ଥଳରେ ଉପଜିଲ୍ଲାପାଳ ଆନ୍ଦୋଳନ କାରିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଓ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାଯୁବ କଂଗ୍ରେସ ସଭାପତି ସାଉଲ୍ ମଙ୍ଗରାଜ ନେତୃତ୍ୱରେ ପି ସି ସି ସମ୍ପାଦକ ଦିଗାମ୍ବର ଦୁରିଆ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେ ଲହଜଲ୍, ଜିଲ୍ଲା ସମ୍ପାଦକ ସନ୍ତୋଷ ପାଢ଼ୀ,ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଅନିଲ ମଲ୍ଲିକ, ଗୁଣ ଶବର,ଲମ୍ବୋଜାଲ, ଗୋଲୁ ନାଏକ,ଓମକାର ଦୀପ, ଦେବରାଜ ଭାଟି, ନାରୀ ନେତ୍ରୀ ପୁନମ ଗୁପ୍ତା,ରୀନା ଭୋଇ ସମେତ ଶତାଧିକ କଂଗ୍ରେସ କର୍ମୀ ଗଣଧାରଣା ଯୋଗ ଦେଇଥିଲେ!!


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।