ରିପୋର୍ଟ :ବିୟୁରୋ ଚିପ୍
ଖୋର୍ଦ୍ଧା ଜିଲ୍ଲା ଚିଲିକା ବାଲୁଗାଁ ସାନ୍ତରାପୁର ଠାରେ ଦଧିବାମନ ଦେବଙ୍କ ନୂତନ ଦାରୁ ପ୍ରତିଷ୍ଠା ପାଇଁ ସଜବାଜ ଚାଲିଛି. ପ୍ରଥମେ ଦାରୁମୂର୍ତ୍ତି ଙ୍କୁ ରୀତିନୀତି ଅନୁସାରେ ପୁରୀ ପାଖରେ ଗଠନ କରାଯାଇ ବାଲୁଗାଁ ମା ଉତରାୟଣୀ ମନ୍ଦିର ପାଖକୁ ଅଣା ଯାଇଥିଲା. ବିଗ୍ରହ ଆସିବ ପୂର୍ବରୁ ଗ୍ରାମର ଆବଳ ବୃଦ୍ଧ ବନିତା ସମସ୍ତେ ସଂକ୍ରିତନ ସହ ଉପସ୍ଥିତ ଥିଲେ. ବିଗ୍ରହ ଆସିବା ପରେ ସେଠାକାର ପରିବେଶ ଘଣ୍ଟ ଢୋଲ ଗିନି ହେରିବୋଲ ହୁଳ ହୁଳିରେ ପ୍ରକମ୍ପିତ ହୋଇଥିଲା.
ସେଠାରୁ ବିଗ୍ରହକୁ ସୁସଜିତ ଶଗଡ଼ରେ ସଂକୀତ୍ରନ ହୁଳହୁଳି ହ ରିବୋଲ କରି ବାଣ ଫୁଟାଇ ସାନ୍ତରାପୁର ଗ୍ରାମକୁ ପାଛୋଟି ଅଣା ଯାଇ ଥିଲା ସେହି ସମୟରେ . ସତେ ଯେମିତି ମନେ ହଉଥିଲା ଠାକୁରଙ୍କ ବିଗ୍ରହ ଆଗମନରେ ଆକାଶରୁ ବର୍ଷା ରାଣୀ ପାରିଜାତ ଫୁଲ ଶଦୃଶ ବର୍ଷା ଅଜାଡି ଦେଉଛି.ବିଧିର ବିଧାନ ବଡ ବିଚିତ୍ର କାହିଁ କେତେ ବର୍ଷର ଠାକୁର ପାତାଳି ହେବେ ନୂଆ ବିଗ୍ରହ ପ୍ରତିଷ୍ଠା ହେବେ ଏହା ସାନ୍ତରପୁର ଗ୍ରାମ ବାସି ଙ୍କର ପୁଣ୍ୟର ଫଳ ଛଡା ଆଉ କିଛି ନୁହେଁ.ଶେଷରେ ସାନ୍ତରାପୁର ଗ୍ରାମବାସୀଙ୍କ ସହଯୋଗ ଏବଂନୁ ନୂତନ କମିଟି ଓ ଟଷ୍ଟି ସୁଧୀର ପଣ୍ଡାଙ୍କ ଆପ୍ରଣା ଚେଷ୍ଟା କାଳିଆ ଠାକୁରଙ୍କ ଇଚ୍ଛା ଦ୍ୱାରା ନୂତନ ବିଗ୍ରହ ପ୍ରତିଷ୍ଠା ସମ୍ଭବ ହୋଇପାରିଛି.
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l