( ବିୟୁରୋ ରିପୋର୍ଟ )
ବାଣପୁର (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବାଣପୁର ଆନ୍ତରକିଆରୀ ଗ୍ରାମରେ ଦୀର୍ଘ ୩ ମାସ ହେବ ନୂତନ ଭାବେ ସରକାରୀ ସ୍ୱୀକୃତି ପ୍ରାପ୍ତ ଅଙ୍ଗନୱାଡି ଗୃହ ନିର୍ମାଣ ସହ ସଂପୂର୍ଣ୍ଣ ହସ୍ତାନ୍ତର ହୋଇଥିଲେ ସୁଦ୍ଧା ଆଜି ପର୍ଯନ୍ତ ଅଙ୍ଗନୱାଡି ବନ୍ଦ ଅଛି l

ଅଙ୍ଗନୱାଡି କର୍ମୀଙ୍କ ବେପରୁଆ ମନୋଭାବ ଓ ବାଣପୁର ବ୍ଳକରେ କାର୍ଯ୍ୟରତ ଥିବା ନିଜ ସ୍ୱାମୀଙ୍କ ସାହସ ଓ ଦବଙ୍ଗଗିରିକୁ ଢାଲ କରି ବିଡିଓଙ୍କର ଆଦେଶକୁ ଫୁ କରି ଉଡାଇ ଚାଲିଛନ୍ତି ଅଙ୍ଗନବାଡି ଦିଦି lଅଙ୍ଗନବାଡି କେନ୍ଦ୍ର ନଖୋଲି କୋମଳମତି ଶିଶୁମାନଙ୍କ ପାଇଁ ଆସୁଥିବା ସରକାରୀ ସାମଗ୍ରୀ ଆଜି ପର୍ଯ୍ୟନ୍ତ ଅନ୍ଯତ୍ର ରଖିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଅଛି।

ଗ୍ରାମବାସୀଙ୍କ ଭୂମି ଦାନ ସରକାରଙ୍କ ସାତଲକ୍ଷ୍ୟ ଅନୁଦାନ ରେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ଥିବା ସତ୍ୱେ ଗ୍ରାମରୁ ଅଧୋ କିଲୋମିଟର ଦୂରରେ ବିପଦ ସଙ୍କୁଳ ବାଲୁଗାଁ ବାଣପୁର ମୁଖ୍ୟ ରାସ୍ତା ଅତିକ୍ରମ କରି କୋମଳମତି ଶିଶୁ ମାନଙ୍କୁ ଚଲାଇ ଚଲାଇ ନେଇ ନିଜକୁ ଖାପ ଖୁଆଇଲା ଭଳି ନିର୍ଧାରିତ ସମୟ ମଧ୍ୟରେ ଅନ୍ତରକିଆରି ପ୍ରାଥମିକ ବିଦ୍ୟାଳୟ ପରିସରରେ ଓ ସହକର୍ମୀଙ୍କ ବାରଣ୍ଡାରେ କାର୍ଯ୍ୟକ୍ରମ ସାରି ନିଜ ଘରକୁ ଫେରି ଯିବା ଗ୍ରାମବାସୀ ଓ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଅଛି।

ଗ୍ରାମବାସୀ ଓ ଅବିବାହକ ବାଣପୁର ବ୍ଲକ ଅଧିକାରିଣୀ ଙ୍କୁ ଏକ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସନ୍ତୋଷ ଜନକ ପ୍ରତିକ୍ରିୟା ମିଳିବାର ତ ଦୂରର କଥା ଓଲଟି ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ବାଣପୁର ବ୍ଲକରେ ଯେଇ ଭାବରେ କାର୍ଯ୍ୟରତ ଥିବା ଅଙ୍ଗନାୱାଡି ଦିଦିଙ୍କ ସ୍ୱାମୀ , ଗ୍ରାମର ସଭାପତି ଙ୍କୁ ତାଗିତ କରିବା ସହ ମୁଁ 26 ବର୍ଷ ହେଲା ଏହି ବ୍ଲକରେ କାମ କରିଆସୁଅଛି ଓ ମୋଠୁ ଅଧିକ ତମେ କିଛି ଜାଣିନ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଆସନ୍ତା ଦିନରେ ଯଦି ଅଙ୍ଗନବାଡି କେନ୍ଦ୍ର ନ ଖୋଲାହୁଏ ଏକ ଆନ୍ଦୋଳନ କରିବା ଲାଗି ଗ୍ରାମବାସୀ ଓ ଅବିବାହକ ସୁଚନା ଦେଇଛନ୍ତି l


More Stories
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ