ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ),, ବୌଦ୍ଧ ଜିଲ୍ଲା ଏକ କୃଷିଭିତିକ ଜିଲ୍ଲା, ଏଠି କୌଣସି ଶିଳ୍ପ ର ବିକାଶ ନାଇଁ l କିନ୍ତୁ ଜିଲ୍ଲା ରେ ଏକ ମାତ୍ର BDPL ନାମକ ଫ୍ୟାକ୍ଟ୍ରି ଅଛି l ଉକ୍ତ ଫ୍ୟକ୍ଟ୍ରି ରେ ନିୟୋଜିତ ଶ୍ରମିକ ଙ୍କୁ ସବୁବେଳେ ଦୁର୍ବ୍ୟବହାର ପ୍ରଦର୍ଶନ ଦିଆଯାଉଥିବା ବେଳେ ବିଭିନ୍ନ ସମୟ ରେ କମ୍ପାନୀ କର୍ମଚାରୀ ଓ ଶ୍ରମିକଙ୍କ ଭିତରେ ତୁ ତୁ ମେ ମେ ହୋଇଆସୁଥିଲା l ଯାହାକି କଥା ଟି ବାହାରକୁ ନଆସି କମ୍ପାନୀ ପରିସର ଭିତରେ ରହିଯାଉଥିଲା l କିନ୍ତୁ କମ୍ପାନୀ କର୍ମଚାରୀ ଙ୍କ ଦୁର୍ବ୍ୟବହାର ଅତି ରୁ ଇତି ହେବା ପରେ ଗୁରୁବାର ଦିନ ଶତାଧିକ ଶ୍ରମିକ ଏକତା ହୋଇ ଫାଟକ ସମ୍ମୁଖ ରେ ନିଜର ହକ ପୂରଣ ଓ କର୍ମଚାରୀ ଙ୍କ ବ୍ୟବହାର ରେ ଅତିଷ୍ଠ ହୋଇ ନାରାବାଜି ଦେଇ ଦିନ ତମାମ ଧାରଣା ରେ ବସିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l ଧାରଣା ରେ ଥିବା ଶ୍ରମିକଙ୍କ ଅଭିଯୋଗ ଅନୁଯାଇ ହରଭଙ୍ଗା ବ୍ଳକ ରାମ୍ଭିକଟା BDPL ରେ ସବୁଦିନ ପରି ଶ୍ରମିକ ମାନେ କାର୍ଯ୍ୟ ରେ ଯୋଗଦାନ କରିଥାନ୍ତି l ଆଜି ମଧ୍ୟ ଜେନା ଏଜେନ୍ସି ର 100ଜଣ, ସାଇ ଶିବମ ଏଜେନ୍ସି 30ଜଣ,ଓ କମ୍ପାନୀ ର ସ୍ଵଛପରିମଳ ଉପରେ କାର୍ଯ୍ୟ କରୁଥିବା 25ଜଣ ଶ୍ରମିକ ମାନେ ନିଜ ନିଜ କାର୍ଯ୍ୟ ରେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ଷେତ୍ର ଭିତରେ କମ୍ପାନୀ ର ସିଇଓ ଶ୍ରମିକ ଙ୍କୁ ଦାନା ବସ୍ତା ବୋହିବାକୁ କହିଥିଲେ l ପ୍ରଥମେ 45କେଜି ର ବସ୍ତା ବୋହିବାକୁ କୁହା ଯାଇଥିଲା, ପରବର୍ତୀ ସମୟ ରେ 50କେଜି ର ବସ୍ତା 10ଟି ଲେଖାଏଁ ଥାକ ମାରିବାକୁ ନିର୍ଦେଶ ଦିଆଯାଇଥିଲା l ପରଵର୍ତ୍ତୀ ସମୟ ରେ 55କେଜି, ର ବାରଟି ଦାନା ବସ୍ତା ର ଥାକମାରି ରଖିବାକୁ କୁହାଯାଇଥିଲା l କିନ୍ତୁ 12ଟି ବସ୍ତା ର ଥାକ ମାରିବାକୁ ଶ୍ରମିକ ମାନେ ଅସମର୍ଥ ହେବାରୁ, ତାଙ୍କୁ ସିଈଓ ଗାଳିଗୁରୁଜ କରି ଦୁର୍ବ୍ୟବହାର କରିଥିଲେ , ଏପରିକି ବୌଦ୍ଧ ଜିଲ୍ଲା ଶ୍ରମିକ ଙ୍କୁ କଠିନ କାର୍ଯ୍ୟ ରେ ନିୟୋଜିତ କରିବା ଅନ୍ୟ ଜିଲ୍ଲାର ଶ୍ରମିକ ଙ୍କୁ ସିଈଓ ଙ୍କ ଇଛାମୁତାବକ କାର୍ଯ୍ୟ ରେ ନିୟୋଜିତ କରାଯାଉଚି ବୋଲି ଶ୍ରମିକ ଙ୍କ ଭିତରେ ଅଭିଯୋଗ ଆଣିଥିଲେ lଏପରିକି ଏସବୁ ଘଟଣା ର ପ୍ରତିବାଦ କରିବାରୁ ଶ୍ରମିକ ଙ୍କୁ ନାଲି ଆଖି ଦେଖାଇ, କାମ କରି ନପାରିଲେ ଘରକୁ ପଳାଅ ବୋଲି ଧମକ ଦିଆଯାଇଥିଲା l ପରେ ଶତାଧିକ ଶ୍ରମିକ ଅତିଷ୍ଠ ହୋଇ କମ୍ପାନୀ ଭିତରୁ ବାହାରିଆସି ସିଇଓ ଙ୍କ ବିରୋଧରେ ମୁଖ୍ୟ ଫାଟକ ରେ ବସି ରହି ଧାରଣା ଦେଇଥିଲେ l ଧାରଣା ଉତ୍ତେଜନା ଦେଖାଯିବା ସହ କମ୍ପାନୀର ନିୟୋଜିତ କର୍ମଚାରୀ ଙ୍କୁ ଶ୍ରମିକ ମାନେ ଭିତରକୁ ଛାଡ଼ିନଥିଲେ l ଉତ୍ତେଜନା ତ୍ରିବତର ହେବାରୁ ଘଟଣା ସ୍ଥଳ ରେ ବୌଦ୍ଧ ପୋଲିସ ପହଁଚି ବୁଝାସୁଝା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରମିକ ମାନେ ନିଜର ହକ ପାଇଁ ଧାରଣା ରେ ବସି ରହିଥିଲେ l ଏସମ୍ପକରେ BDPL ର ସି ଇଓ ସଞ୍ଜୟ ଖୁଣ୍ଟିଆ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ l ଅନ୍ୟପଟେ ଶ୍ରମିକ ଙ୍କ ନ୍ୟାର୍ଯ୍ୟଦାବି କୁ ପୂରଣ କରିବାକୁ କମ୍ପାନୀ ର ନିୟୋଜିତ ଶ୍ରମିକ ପ୍ରଶାନ୍ତ ପ୍ରଧାନ, ମୁରାରୀ ବାଘ, ଉମର କହର, ଚିତ୍ତ ରଂଜନ ନାଏକ, ପ୍ରଶାନ୍ତ ମହାକୁଡ଼ ପ୍ରଶାନ୍ତ ସାହୁ, ସାଗର ନାଏକ, ମଧୁସୂଦନ ଗିରି ଙ୍କ ସମେତ ଶତାଧିକ ଶ୍ରମିକ ବୌଦ୍ଧ ଜିଲ୍ଲାପାଳ ଓ ଶ୍ରମଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି l
More Stories
ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ l
କମଳା ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ l