ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ବୌଦ୍ଧ ଆଦର୍ଶ ଥାନା କୁ ଯାଇ ଏକ ଏଫ୍. ଆଇ. ଆର, ପ୍ରିତୁଶ ମହାନନ୍ଦିଆ ଙ୍କ ବିରୋଧରେ ଦାଖଲ କରାଯାଇଥିଲା । ଶ୍ରୀ ମହାନନ୍ଦିଆ ତାଙ୍କ ସୋସିଆଲ ମିଡ଼ିଆ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଫୋଟ ଉପରେ ପରିସ୍ରା କରି ବସିଥିବା ଏକ ଫୋଟୋ କୁ ଅପଲୋଡ଼ କରିବା ସହିତ ତାଙ୍କ ଆକାଉଣ୍ଟ ରେ ପ୍ରକାଶିତ ଖବର ଛାଡି ସ୍ୱଚ୍ଛ ଭାରତ ଅଭିଯାନ କୁ ତାଛଲ୍ୟ କରି ମନ୍ତବ୍ୟ ପୋଷ୍ଟ କରିଥିଲେ ।ଏହା ର ବିଧିବଦ୍ଧ ତଦନ୍ତ କରି ବା ପାଇଁ ଆଦର୍ଶ ଥାନା ଅଧିକାରୀ ଙ୍କ ପାଖରେ ,ପ୍ରତିନିଧି ମଣ୍ଡଳ ଦାବି ଆପତ୍ତି ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଦଳର ବରିଷ୍ଠ ନେତାମାନେ ସର୍ବ ଶ୍ରୀ ତାପସ କୁମାର ପଟ୍ଟନାୟକ , ପ୍ରେମାନନ୍ଦ ମିଶ୍ର,ମନୋରଞ୍ଜନ ଦାସ, ରାଜ କୁମାର ମେହେର , ନମିତା ରାଣୀ ଦାସ ପ୍ରଭୂତି ଯୋଗଦାନ୍ କରି ଥିଲେ।


More Stories
హైదరాబాద్ మహిళా ఐపీఎస్ బడుగుల సుమతి, యావత్ దేశ పోలీసులకు ఒక గొప్ప మంత్రాన్ని అందించారు.
ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍: ମାଷ୍ଟରମାଇଣ୍ଡ ପୁଣେର ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ।
ସିବିଆଇ ପଞ୍ଝାରେ ନିଟ ପ୍ରଶ୍ନପତ୍ର ଲିକ୍ର କିଙ୍ଗପିନ ପ୍ରଫେସର କୁଲକର୍ଣ୍ଣି