ବାଣପୁର_ଧରାପୃଷ୍ଟରେ ଶରତ ର ଆଗମନ । ମେଘମୁକ୍ତ ନିର୍ମଳ ଆକାଶ, I ସବୁଜ କେଦାର ଧାରେ ଧାରେ ଢ଼ଳଢଳ ଉଲ୍ଲସିତ କାଶତଣ୍ଡୀ।କଳକଳ ତଟିନୀର କାଚ଼ କେନ୍ଦୁ ଜଳ । ଅପେକ୍ଷା ମା’ଙ୍କ ଆଗମନୀକୁ । ଆଶ୍ଵିନ କୃଷ୍ଣ ଅଷ୍ଟମୀ । ମା’ ଆସୁଛନ୍ତି । ଦେହ ମନ …! ପ୍ରାଣରେ ଅ ପୂର୍ବ ଶିହରଣ । ସଚରାଚ଼ର
ଜୀବଜଗତ ରେ ଅପୂର୍ବ ଆନନ୍ଦ। ନୀଳ କଇଁର ପାଖୁଡ଼ାରେଶିଶିର ସରସ ବିନ୍ଦୁ ଝଲମଲ । ଖୋର୍ଦ୍ଧା ଜିଲ୍ଲାର ପ୍ରଖ୍ୟାତ ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠ ଚଳଚଞ୍ଚଳ । ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଦେବୀ ଉତ୍ଥାପନ ସହସ୍ର କୁମ୍ଭ ଅଭିଷେକ । ଚିଲିକାରେ ନୌବିହାର ସାରି ଶୟନରେ ଥିଲେ ମା’ । ଆଜି ଅମୃତଲଗ୍ନରେ ସ୍ରୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନ ଚରଣ ଦାଶ ଓ ସନତ ରଥ ଙ୍କମନ୍ତ୍ର ଉଚ୍ଚାରଣ, ଘଣ୍ଟା ଘଣ୍ଟ କାହାଳୀ ଢେ।ଲମହୁରୀର,ନିନାଦରେ ପାଳିଆ ମାଳିଙ୍କ ଡାକ “ଉଠମା ରାଜରାଜେଶ୍ଵରୀ, ତ୍ରିଭୂବନ ମୋହିନୀ, ମହାମାଇ, କଲ୍ୟାଣମୟୀ, ଆନନ୍ଦମୟୀ ମା’। ଜଗତର କଲ୍ୟାଣ ପାଇଁ ନିଦ୍ରା ଭଙ୍ଗ ହେଉ ମା'”ରେ ମା’ ନିଦ୍ରାରୁ ଉଠିଛନ୍ତି । ସହସ୍ରକୁମ୍ଭ ସୁବାଷିତଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ପାଟବସ୍ତ୍ର , ମନ୍ଦାର ମାଳ ପରିଧାନ ପରେ ସେ ବାୟତଙ୍କ ଗହଣରେ ମା’କାଠି ଠାକୁରାଣୀ ଥାଟ ପଟୁଆରରେ ନୃତ୍ୟ କରି ପର୍ବଗୃହକୁ ବିଜେ କରି ବେ ମା’ । ନିଶାର୍ଦ୍ଧରେ ଆରମ୍ଭ ହେବ ତନ୍ତ୍ର ପୂଜା । ପର୍ବ ଆରମ୍ଭ ପୂର୍ବରୁ ମନ୍ଦିର ପୁରୋହିତ ସାରଦା ପ୍ରସାଦସାମନ୍ତରାୟ ସେବାୟତଙ୍କ ଗହଣରେ ପାରିକୁଦ ରାଜାସାହେବ ଙ୍କ ନଅରରୁ ରାଜାଙ୍କ ଅନୁପସ୍ତିତିରେ ରାଜଗୁରୁଙ୍କ ଠାରୁ ଗୁଆ ପଇତାଗ୍ରହଣ କରିବା ପରେ ଶ୍ରୀ ଶ୍ରୀ ଦ6କ୍ଷଶ୍ଵର ଦେବଙ୍କ ପୀଠରେ ନୀତିକାନ୍ତି ଆରମ୍ଭ ହୋଇଥିଲା । ମା’ କନକ ଦୁର୍ଗା କଦଳୀ ବୃକ୍ଷଆମ୍ରପତ୍ର ତୋରଣ ଆଛାଦିତ ସ୍ନାନବେଦୀରେ ସ୍ନାନ ସାରି ସିଂହାସନ କୁ ବିଜେ କରିବାପରେ ଷୋଡଷ ଉପଚାରରେ ପୂଜା କରାଯାଇଥିଲା । ମନ୍ଦିରର ପରମ୍ପରା କ୍ରମେ ଅଷ୍ଟମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଭଗବତାଙ୍କ ଚଳନ୍ତି ପ୍ରତିମା ମା’କାଠି ଠାକୁରାଣୀ ବନ ଦୁର୍ଗା ବେଶରେ ପ୍ରତିଦିନ ସଂଧ୍ୟାରେ ନୃତ୍ୟ କରି ନିଜ ମନ୍ଦିରର ପର୍ବଗୃହରେ ବିଜେ କରିବା ପରେ ବାହାର ପର୍ବ ଅନୁଷ୍ଠିତ ହେବ । ସବୁଠାରୁ ନିଆରା ପରମ୍ପରା ଅନୁସାରେ ନରବଳୀର ପ୍ରତୀକବଳି ଜେନା ନୃତ୍ୟ ମଧ୍ୟ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଠାରୁ ପ୍ରକାଶ।
More Stories
ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ l
କମଳା ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ l