ବାଣପୁର: ୪-ଶୋ-ବିସ୍ ଗୃହ ସେବିକା , 2 ମାସରେ 13 ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରୁ ସାମ୍ନାକୁ ଆସିଛି । ଅଭିଯୋଗ ପାଇବା ପରେ ବାଣପୁର ପୋଲିସ ପକ୍ଷରୁ ଫଟା-ଫଟ୍ ଆକ୍ସନ ହୋଇଛି , ପ୍ରାଥମିକ ତଦନ୍ତ କରିବା ବେଳେ ପୋଲିସ ସମ୍ମୁଖରେ ସବୁ ସତକଥା ମାନି-ଯାଇଛନ୍ତି ଏହି ୪-ଶୋ-ବିସ୍ ମହିଳା , ଖୋଲି ସେତିକି ନୁହେଁ ସବୁ ନେଇଛି ହେଲେ 2 ମାସ ସମୟ ଦିଅନ୍ତୁ ସବୁ ଟଙ୍କା ଫେରାଇଦେବି । ବାଣପୁର ପୋଲିସ ଫଟାଫଟ୍ ଆକ୍ସନ ନେବା ସହିତ 4-ଟୋଣ୍ଟି ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଏହି ଘଟଣାରେ ଆଉ କି’ଏ-କି’ଏ ସମ୍ପୃକ୍ତି ଅଛନ୍ତି ସେନେଇ ତଦନ୍ତ ଜୋରଦାର ଚାଲିଛି ।ରେଖା ବେହେରା ଘର ହେଉଛି ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଅଞ୍ଚଳରେ । ନିଜକୁ ଜଣେ ଅସହାୟ ମହିଳା କହି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ଅଲାଇଡିହ ଗ୍ରାମର 70 ବର୍ଷୀୟ ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଘରେ ରୋଷେୟା ( ଗୃହ ସେବିକା ତଥା ହାଉସ୍ କିପିଙ୍ଗ୍ ) ଭାବେ ମାତ୍ର 2 ମାସ କାର୍ଯ୍ୟ କରିବା ମଧ୍ୟରେ ଗୃହ ମାଲିକ ତଥା ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ମୋବାଇଲ ଫୋନ୍ କୁ ବ୍ୟବହାର କରି ଅତି ଚତୁରତାର ତାଙ୍କର ବିଭିନ୍ନ ବ୍ୟାଙ୍କ ରେ ଗଛିତ ଥିବା ମୋଟାମୋଟି 13 ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି । ଆଉ ଯେତେବେଳେ ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ର ( ଯିଏ କି ଜଣେ ଅବସରପ୍ରାପ୍ତ ସ୍କୁଲ ଇନ୍ସପେକ୍ଟର ) ଏକଥା ଜାଣିପାରିଲେ ସେତେବେଳେ ଏହି ରୋଷେୟା ଓ ତାଙ୍କର କିଛି ସହଯୋଗୀ ତାଙ୍କୁ ଥାନାରେ ଅଭିଯୋଗ ନ-କରିବା ପାଇଁ ଧମକ-ଚମକ ଦେଲେ ।ବାଣପୁର ଥାନା ଅଧିକାରୀ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ମୂଖ୍ୟ ଅଭିଯୁକ୍ତା ତଥା ଚାର୍-ଶୋ-ବିସ୍ ଗୃହ ସେବିକା ରେଖା ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
More Stories
କୁଶରାବ ଗ୍ରାମରେ ଜଣେ ବ୍ୟକ୍ତି ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା, ଚାଷଜମିକୁ ପାଣି ମଡ଼ାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସନ୍ଦେହ l
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ଘରେ ପଶି ମାଇଁଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ରେ ଭଣଜା ଗିରଫ l