ବେଆଇନ ଭାବେ ଚୋରା ମଦ କାରବାର ଏବଂ ଚୋରା ଚାଲାଣ ଉପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ କରାଯାଉଛି , ହେଲେ ସେଥିପାଇଁ ମଦ ମାଫିଆ ମାନଙ୍କ ଖାତିରି ନାହିଁ , ଆଉ ଅମାନିଆ ହୋଇ ନିଜକୁ ଚତୁର ଭାବେ ଅଙ୍କାବଙ୍କା ରାସ୍ତାରେ ଚୋରା ମଦ ବୋଝେଇ କାର୍ ନେଇ ବିଭିନ୍ନ ସ୍ଥାନରେ ଭେଣ୍ଡର ମାନଙ୍କୁ ତଥା କୁଜି-ମଦ ବେପାରୀ ଙ୍କୁ ସପ୍ଲାଇ କରିବା ପାଇଁ ଯାଉଥିବା ବେଳେ ମାଡି ବସିଲା ଟାଙ୍ଗୀ-ବାଲୁଗାଁ ଅବକାରୀ ବିଭାଗର କର୍ମଚାରୀ ।
ଟାଙ୍ଗୀ ଅବକାରୀ ଥାନା ନିରୀକ୍ଷକ ନାରାୟଣ ଜେନା ଙ୍କ ନେତୃତ୍ୱରେ ଟାଙ୍ଗୀ-ବାଲୁଗାଁ ଅବକାରୀ ଥାନା ର କର୍ମଚାରୀ ମାନଙ୍କୁ ନେଇ ଗଠିତ ଟିମ୍ ଅତର୍କିତ ବାଣପୁର ଥାନା ବାଲିକଣିଆ ଛକ ନିକଟରେ ଚଢ଼ାଉ କରି ଧରପଗଡ଼ କରିଛନ୍ତି । ଆଉ ଧରପଗଡ଼ ପରେ ଉକ୍ତ କାର୍ ମଧ୍ୟରୁ ବିପୁଳ ପରିମାଣର ଚୋରା ଦେଶୀ-ବିଦେଶୀ ମଦ ଜବତ କରାଯାଇଛି ବୋଲି ଟାଙ୍ଗୀ ଅବକାରୀ ଥାନା ନିରୀକ୍ଷକ ନାରାୟଣ ଜେନା ସୂଚନା ଦେଇଛନ୍ତି । ମଦ ବୋଝେଇ କାର୍ ଡ୍ରାଇଭର ହେଉଛନ୍ତି ବାଣପୁର ଥାନା ଅଧିନସ୍ଥ ନୀଳାଦ୍ରିପ୍ରସାଦ ଗ୍ରାମର ସିଦ୍ଧାନ୍ତ ନାୟକ ଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
More Stories
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l
ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?