ବେଆଇନ ଭାବେ ଚୋରା ମଦ କାରବାର ଏବଂ ଚୋରା ଚାଲାଣ ଉପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ କରାଯାଉଛି , ହେଲେ ସେଥିପାଇଁ ମଦ ମାଫିଆ ମାନଙ୍କ ଖାତିରି ନାହିଁ , ଆଉ ଅମାନିଆ ହୋଇ ନିଜକୁ ଚତୁର ଭାବେ ଅଙ୍କାବଙ୍କା ରାସ୍ତାରେ ଚୋରା ମଦ ବୋଝେଇ କାର୍ ନେଇ ବିଭିନ୍ନ ସ୍ଥାନରେ ଭେଣ୍ଡର ମାନଙ୍କୁ ତଥା କୁଜି-ମଦ ବେପାରୀ ଙ୍କୁ ସପ୍ଲାଇ କରିବା ପାଇଁ ଯାଉଥିବା ବେଳେ ମାଡି ବସିଲା ଟାଙ୍ଗୀ-ବାଲୁଗାଁ ଅବକାରୀ ବିଭାଗର କର୍ମଚାରୀ ।
ଟାଙ୍ଗୀ ଅବକାରୀ ଥାନା ନିରୀକ୍ଷକ ନାରାୟଣ ଜେନା ଙ୍କ ନେତୃତ୍ୱରେ ଟାଙ୍ଗୀ-ବାଲୁଗାଁ ଅବକାରୀ ଥାନା ର କର୍ମଚାରୀ ମାନଙ୍କୁ ନେଇ ଗଠିତ ଟିମ୍ ଅତର୍କିତ ବାଣପୁର ଥାନା ବାଲିକଣିଆ ଛକ ନିକଟରେ ଚଢ଼ାଉ କରି ଧରପଗଡ଼ କରିଛନ୍ତି । ଆଉ ଧରପଗଡ଼ ପରେ ଉକ୍ତ କାର୍ ମଧ୍ୟରୁ ବିପୁଳ ପରିମାଣର ଚୋରା ଦେଶୀ-ବିଦେଶୀ ମଦ ଜବତ କରାଯାଇଛି ବୋଲି ଟାଙ୍ଗୀ ଅବକାରୀ ଥାନା ନିରୀକ୍ଷକ ନାରାୟଣ ଜେନା ସୂଚନା ଦେଇଛନ୍ତି । ମଦ ବୋଝେଇ କାର୍ ଡ୍ରାଇଭର ହେଉଛନ୍ତି ବାଣପୁର ଥାନା ଅଧିନସ୍ଥ ନୀଳାଦ୍ରିପ୍ରସାଦ ଗ୍ରାମର ସିଦ୍ଧାନ୍ତ ନାୟକ ଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.