ରିପୋର୍ଟ :ବିୟୁରୋ
ବାଣପୁର :ଆଜି ଓଡ଼ିଶା ଡ୍ରାଇଭର ମହାସଙ୍ଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଙ୍ଘ ସଭାପତି ବନମାଳୀ ପରିଡା ଙ୍କ ନେତୃତ୍ୱରେ ସମସ୍ତ ଦାୟିତ୍ୱରେ ଥିବା ପ୍ରତେକ ଜିପି ର ସଭାପତି ଓ ପ୍ରତେକ ସଦସ୍ୟକୁ କୁ ନେଇ ଏକ ସାଧାରଣ ବୈଠକ ଶାନ୍ତିପୂର୍ଣ ଭାବରେ ବାଣପୁର ଡ୍ରାଇଭର ମହାସଂଘ ଅଫିସ ଗୃହରେ ଅନୁଷ୍ଠିତ କରାଯାଇଥିଲା ସେଥିରେ ଆଲୋଚନା ର ମୁଖ୍ୟ ପ୍ରସଙ୍ଗ ଥିଲା ରାଜ୍ୟ ସରକାର ଦେଇଥିବା ପ୍ରତିଶୁତି,ଦଶଦଫା ଦାବିରୁ ଗୋଟେ ଦଫା ଦାବି ପୂରଣ କରି ଆଗକୁ ଆଉ ନଟି ଦଫା ପୂରଣ କରାଯିବ ବୋଲି କହିଥିଲେ

ସରକାର କିନ୍ତୁ ସରକାର ଦେଇଥିବା ଗୋଟିଏ ଦଫା ଠିକସେ ପାଳନ ନକରିଥିବାରୁ ଓଡ଼ିଶା ଡ୍ରାଇଭର ସଙ୍ଘ ନିନ୍ଦା କରୁଛି,ସରକାର ବାରମ୍ବାର ପ୍ରତିଶୁତି ଦେଇ ଚାଲିଥିବାରୁ ଡ୍ରାଇଭର ସମାଜକୁ ଦେଇ ନଦେଲା ଭଳିଆ,ଏହାର ମାନେ ଆସନ୍ତା ଦିନରେ ଜଦି ସଂଘର ଦଶଦଫା ଦାବିକୁ ଠିକସେ ପୂରଣ ନକରନ୍ତି ସରକାର, ତାହେଲେ ଆସନ୍ତା ଦିନରେ ପୁଣିଥରେ ରାଜରାସ୍ତା କୁ ଓଲ୍ହାଇବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ଚେତାବନୀ ଦେଇଛନ୍ତି ବାଣପୁର ଡ୍ରାଇଭର ମହାସଂଘ l


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.