ବାଣପୁର( ଆମ ଓଡ଼ିଶା ଖବର )ଓଡିଶାର ସ୍ଵାନାମ ଧନ୍ୟ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୪ ତମ ଜୟନ୍ତୀ ସମାରୋହ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ସାମନ୍ତରାପୁର(ଭୀମପୁର )ର ବାନାମ୍ଵର ଏକାଡେମୀ ପ୍ରାଙ୍ଗଣ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଆନନ୍ଦଚନ୍ଦ୍ରସେନାପତିଙ୍କ ସଭାପତିତ୍ଵ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଆମଗାଁ ଆମ ସାହିତ୍ୟ ଏବଂ କୃଷ୍ଣଚନ୍ଦ୍ରପାଠାଗାର ଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ସାରସ୍ଵତ ସାଧକ ପ୍ରଖ୍ୟାତ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ମୁଖ୍ୟଅତିଥି ,ପ୍ରାଧ୍ୟାପକ ନଳିନୀ କାନ୍ତ ପଟ୍ଟନାୟକ, ଉପଦେଷ୍ଟା, ପ୍ରାଧ୍ୟାପକ ସଂଗ୍ରାମ କେଶରୀ ସାହୁ, ମୁଖ୍ୟ ବକ୍ତା,ଡଃ ଚାନ୍ଦକିଶୋର ତ୍ରିପାଠୀ , ଚିଲିକା ସାହିତ୍ୟ ସମାଜ ର ସଭାପତି ବାଳମୁକୁନ୍ଦ ଦାସ, ଓ ଏକାଡ଼େମୀ ର ପ୍ରଧାନଶିକ୍ଷକ ରାଧାକୃଷ୍ଣଗଡ଼ନାୟକ ସମ୍ମାନୀତ ବକ୍ତା ଭାବରେ ଯୋଗଦାନ କରି କବିତ୍ରିପାଠୀଙ୍କ କାବ୍ୟ କୁଶଳତା,ଶିକ୍ଷକ ପ୍ରାଣର କୋମଳତା,ଆଟୋପହୀନ ଜୀବନରସରଳତା , ଜାତି ପ୍ରାଣର ଉଷ୍ମତା ଓ ସ୍ପଷ୍ଟବାଦିତା ସହିତ ଦିଗ ବଳୟ ପରି କବିତା ସଂକଳନରେ ପାଇକ ଜାତିର ବୀର ଗାଥା ରଚନା କରି ସମଗ୍ର ଓଡ଼ିଶାରେ ଏକମାତ୍ର ପାଇବି କବି ଭାବରେ କିପରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ଗୌରବମୟ ଅତିବଡି ଜଗନ୍ନାଥ ସମ୍ମାନରେ ସମ୍ମାନୀତ ହୋଇଥିଲେ ତାହା ବର୍ଣ୍ଣନା କରି ଥିଲେ ।ତାଙ୍କ ଅନନ୍ୟ ସୃଷ୍ଟି ମଧ୍ୟରୁ “ମାଟି ଦୀପ, ରୂପାୟନ ,ଉତ୍ସ, ଅଗ୍ନିଶଂଖ,ସାଧକର ସ୍ୱପ୍ନ, ବେଳା ଓ ବିଚି, ତରୁଓ ତୃଣ, କୁଟୀର ବଂଶୀ” ପରି କାଳଜୟୀ କବିତା ସଂକଳନ ଓଡ଼ିଆ ଭାଷା ସାହିତ୍ୟ ଭଣ୍ଡାର କୁ ଚିର ଉଜ୍ଜ୍ୱଳ କରୁଥିବ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଥଙ୍କୁ ତାଙ୍କ ଅନବଦ୍ୟ ଶିଶୁ ସାହିତ୍ୟ ପାଇଁ କୃଷ୍ଣଚନ୍ଦ୍ରପାଠାଗାର ତରଫରୁ ମାନପତ୍ର ଉପଢୌକନ ସହିତ କବି କୃଷ୍ଣଚନ୍ଦ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପାଠାଗାରର ସଂପାଦକ ମଧୁସୂଦନ ନନ୍ଦ ଅତିଥି ପରିଚୟ ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ କୋଷାଧ୍ଯକ୍ଷ ବିଭୂତି ଭୂଷଣ ନନ୍ଦ ଓ ସଭ୍ୟ ଅଶୋକନନ୍ଦ ଏହାକୁ ପରିଚାଳନା କରିଥିଲେ। ଏକାଡ଼େମୀର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବାଛାତ୍ରଛାତ୍ରୀମାନଙ୍କୁ ପ୍ରସଂଶାପତ୍ର ସହିତପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଜନ୍ମମାଟିରେ ପାଇକ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ, ବାଣପୁର – ଅତିବଡ଼ି ଜଗନ୍ନାଥ ସମ୍ମାନରେ ସମ୍ମାନୀତ l


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।