ବାଣପୁର(ଆମ ଓଡ଼ିଶା ଖବର )ଭାରତରୁ ଇଂରେଜ ମାନଂକୁ ବିତାଡିତ କରି ଦେଶକୁ ସ୍ବାଧିନ କରିବା ପାଇଁ ୧୮୦୩ ମସିହାରେ ହୋଇଥିବା ପାଇକ ବିଦ୍ରୋହରେ ମୁଖ୍ୟ ଭୁମିକା ଗ୍ରହଣ କରି ଥିବା ସହୀଦ କୃତ୍ତିବାସଂକ ସୃତି ଚାରଣ ତଥା ବାଣପୁର ମୁକ୍ତିଦିବସ ବାଣପୁରସ୍ଥ ଶୁଭ ମଂଗଳ କଲ୍ୟାଣ ମଣ୍ଡପରେ ସାହିତ୍ୟ ସୁନ୍ଦରା ଦ୍ବାରା ଶନିବାର ସଂଧ୍ୟାରେ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ଡଃ ନୃସିଂହ ଚରଣ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଅଧ୍ୟାପକ ରାଜକିଶୋର ସାହୁ ମୁଖ୍ୟ ବକ୍ତା ଆଶୁତୋଷ ସାମନ୍ତସିଂହାର ମୁଖ୍ୟ ଅତିଥି ଓ ପ୍ରହଲାଦ ବେହରା ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ।୧୮୩୬ ମସିହାରେ ତିନିଦିନ ପାଇଁ ବାଣପୁର ସ୍ବାଧିନ ହୋଇଥିବା ବେଳେ କେତେକ ବିଶ୍ବାସ ଘାତକ କୃତିବାସଂକୁ ଇଂରେଜ ମାନଂକୁ ଧରାଇ ଦେଇ ଥିଲେ।

ଫଳରେ କୃତିବାସ ପାଟଶାଣୀଂକୁ ଇଂରେଜ ମାନେ କଳାପାଣି ପଠାଇ ଦେଇଥିବା ବେଳେ ସେଠାରେ ତାଂକୁ ଫାଶୀ ହୋଇଥିଲା।ସେଇ ଅମର ସହୀଦ କୃତ୍ତିବାସଂକ ସୃତି ଚାରଣ କରି ବକ୍ତାମାନେ ବହୁ ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ।ଅନ୍ୟମାନଂକ ମଧ୍ୟରେ ଚିଲିକା ସାହିତ୍ୟ ସମାଜର ସଭାପତି ବାଳକୃଷ୍ଣ ଦାସ, ଅଧ୍ୟାପକ କୈଳାସ ଚନ୍ଦ୍ର ମହାରଣା, ଗବେଷକ ମଦନ ମୋହନ ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ ଗଂଗାଧର ପ୍ରଧାନ, ବ୍ୟକ୍ତବ୍ୟ ରଖିଥିଲା ବେଳେ ପନ୍ତାକୁଳିଆ କବି ଦିଗମ୍ବର ବିଶ୍ବାଳ ରୋଜି ମିଶ୍ର କବିତା ପାଠ କରିଥିଲେ।

ଏହି ଅବସରରେ କୃତିବାସଂକ ଦାୟଦ ପ୍ରମୋଦ କୁମାର ପାଟଶାଣୀ, ସଦାନନ୍ଦ ପାଟଶାଣୀ, ଓ ଅଜୟ କୁମାର ପାଟଶାଣୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ତଥା ଆଡଭୋକେଟ ହିମାଳୟ ଶତପଥି ପ୍ରଯୋଜନା କରିଥିଲେ। ଶେଷରେ ସାହିତ୍ୟ ସିନ୍ଦୁରା ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ବାଣପୁର ଅଂଚଳର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଯୋଗ ଦେଇଥିଲେ।
More Stories
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର
ପୁରୀ ଯାତ୍ରା କରୁଥିବା ରେଳଯାତ୍ରୀଙ୍କୁ ଓ ଆର ଏସ ଓ ପଣା ବାଣ୍ଟିଲେ ମହିଳା ସଙ୍ଗଠନ।