ଖୋରଧା(ଆମ ଓଡ଼ିଶା ଖବର )ଟାଙ୍ଗୀ ବ୍ଲକର ୧୫ ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ସାମୁହିକ ପ୍ରଚେଷ୍ଟା ପାଇଁ ମକ୍-ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କର୍ତ୍ତୃପକ୍ଷ , ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଟାଙ୍ଗୀ ବ୍ଲକର ନୋଡ଼ାଲ ଏନ୍-ଜି-ଓ ତଥା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଇସ୍ୱ।ର୍ଡ ର ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ଓ କର୍ମକର୍ତ୍ତା ସଂଯୋଜନା କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ବାଦଲ କୁମାର ମହାନ୍ତି , ଟାଙ୍ଗୀ ତହସିଲଦାର ମିତାଲି ପାତ୍ର , ଟାଙ୍ଗୀ ଦମକଳ ବାହିନୀ ଅଧିକାରୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ବିପର୍ଯ୍ୟୟର ମୁକାବିଲା , ଜରୁରୀ କାଳୀନ ଭିତ୍ତିରେ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ମାନ୍ୟଗଣ୍ୟ ଅତିଥି ମାନେ ସମ୍ୟକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧି , ସମାଜସେବୀ , ଯୁବଗୋଷ୍ଠୀ , ବୁଦ୍ଧିଜୀବୀ , ବିଭିନ୍ନ ମହିଳା ସଂଗଠନ , ଆଶା କର୍ମୀ , ଅଙ୍ଗନବାଡି କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।
More Stories
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ
ବିନା କାଗଜ ପତ୍ରରେ ଚାଲିଛି ବିଦ୍ୟାଳୟ,ଛାତ୍ର ଛାତ୍ରୀ ବୁହା ହେଉଛନ୍ତି କବାଡି ଗାଡ଼ିରେ l