ଆଜି ତା,29/9,(ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା,ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ନନ୍ଦପୁର ସ୍ଥିତ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣାଙ୍କ ଓ ବାଣପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଙ୍କ ମିଳିତ ଉଦ୍ୟମରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ମାନେ ଯୋଗ ଦେଇ ସାଧାରଣ ନିର୍ବାଚନରେ ଦଳର ପରାଜୟ ଉପରେ ସମିକ୍ଷା କରିବା ସହ ଆଗାମୀ ଦିନରେ ଦଳକୁ ସୁସଙ୍ଗଠିତ କରିବା ପାଇଁ ମତ ଦେଇ ଥିଲେ ।
ଭାରତୀୟ ଜନତା ପାର୍ଟି ମିଥ୍ଯା ପ୍ରତିଶ୍ରୁତି ଦେଇ କ୍ଷମତକୁ ଆସି ବର୍ତ୍ତମାନ ବିଜେଡିର କର୍ମୀମାନଙ୍କୁ ବ୍ଲକ ଓ ଥାନା ସ୍ତରରେ ବହୁତ ହଇରାଣ କରାଯାଉଛି ବ୍ଲକରେ ସାଂସଦ ଓ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ଯର ବିଲ ଠିକ ସମୟରେ ପୈଠ କରାଯାଉନାହଁ ବୋଲି ଅଭିଯୋଗ କରିଥିଲେ । ଯଦି ବ୍ଲକ କିମ୍ବା ପୋଲିସ ପ୍ରଶାସନ ନିରପକ୍ଷତା ଅବଲମ୍ବନ ନ କରେ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମତ ଦେଇଥିଲେ ।
ଠିକ ସମାନ ଢଙ୍ଗରେ ବ୍ଲକ ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ସମାନ ମତ ଦେଇଥିଲେ ଏବଂ ପ୍ରତ୍ୟେକ କର୍ମକର୍ତା ପରସ୍ପରକୁ ଶାରଦୀୟ ଅଭିନନ୍ଦନ ଜଣାଇବା ସହ ଦଳର ସଂଗଠନକୁ ଆଗେଇ ନେବା ପାଇଁ ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁଇ ଶହରୁ ଉର୍ଦ୍ଧ କର୍ମକର୍ତାଙ୍କ ସହ ବାଣପୁର ବ୍ଲକ ର ଯୁବ ସଭାପତି କୈଳାଶ ଚନ୍ଦ୍ର ମହାପାତ୍ର,ସରପଞ୍ଚ ଆକାଶ ପ୍ରଧାନ, ଚିତ୍ତରଂଜନ ସାମନ୍ତରାୟ, ଚିନ୍ମୟ ପଟ୍ଟନାୟକ, ଯଦୁ ପ୍ରଧାନ ଅଜୟ ରାଉଳ, ରମେଶ ପାଢି, ପ୍ରମୁଖ ସହ ଦୁଇଶହରୁ ଉର୍ଦ୍ଧ୍ବ କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ ମିକୁନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
More Stories
ଲୋକକଳା ଓ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ
ବିନା କାଗଜ ପତ୍ରରେ ଚାଲିଛି ବିଦ୍ୟାଳୟ,ଛାତ୍ର ଛାତ୍ରୀ ବୁହା ହେଉଛନ୍ତି କବାଡି ଗାଡ଼ିରେ l