ବାଣପୁର ମାଟିର ବିରଳ ଓଡିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ ଯିଏ ଗତ ଚାଳିଶି ବର୍ଷ ନିଜ ଭିଟା ମାଟି କୁ ଛାଡି ଓଡିଶା ର ବିଭିନ୍ନ ରାଜ୍ୟ ଓ ଆମ ଦେଶରେ ନୃତ୍ୟ ପରିବେଷଣ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଓଡିଶୀ ନୃତ୍ୟ ଶିକ୍ଷା ଦେଇ ବିଭିନ୍ନ ଅନୁଷ୍ଠlନ ମାନଙ୍କ ରେ ନା କରିଛନ୍ତି l ବାଣପୁର ଇତିହାସ ରେ ଯୋଡି ହୋଇଛନ୍ତି ଆଉ ଜଣେ କଳାକାର ରୂପେ l ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ମଙ୍ଗରାଜ ପୁର ର ଓଡିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲାଇ ଙ୍କ କଥା ଯିଏକି ପଞ୍ଚସ୍ତୋରୀ ବୟସ ରେ ନିଖୁଣ ଅଭିନୟ ସହିତ ନୃତ୍ୟ ବରିବେଷଣ ଓ ଶିକ୍ଷା ଦାନ କରି ବିଭିନ୍ନ ମଞ୍ଚରେ ସଂମାନୀତ ହୋଇଛନ୍ତି l ଓଡିଶା ର ପୁରପଲ୍ଲୀ ରୁ ସହର ସହିତ ଯୋଡ଼ି ହୋଇ ଓଡ଼ିଆ ଜାତିର ଗର୍ବ ଗୌରବ କୁ ସଂମ୍ମାନ ଜଣାଇ ଓଡିଶୀ ନୃତ୍ୟ କୁ ପ୍ରସାର ପ୍ରଚାର କରିଥିବା ଜଣା ପଡିଛି, ସେ ପିଲାଟି ଦିନରୁ କଳା ପ୍ରତି ଆଗ୍ରହ ଥିବାରୁ ଘର ଲୋକେ ବିରୋଧ ସତ୍ୟେ ବିଭିନ୍ନ ଝଡ଼ ଝଞ୍ଜା କୁ ଖାତିର ନକରି ଆଗେଇ ଚାଲିଥିଲେ ନୃତ୍ୟ ଶିକ୍ଷା କରିବା ପାଇଁ,ବର୍ତମାନ ନିଜ ଭିଟାମାଟି ଘରେ ରହି ବାଣପୁର ଓ ବାଲୁଗାଁ ର କଳାକାର ମାନଙ୍କୁ ନୁର୍ତ୍ୟ ଶିକ୍ଷା ପାଇଁ ଅଣ୍ଟା ଭିଡ଼ ଛନ୍ତି l ତାଙ୍କ କହିବା କଥା ମୁଁ ମୋ ଜୀବନ ଭିତରେ ଦେଶ ବିଦେଶ ରେ ଶିକ୍ଷା ଦେଉଥିଲି କିନ୍ତୁ ଏବେ ମୋ ସ୍ୱାଭିମାନ ବାଣପୁର ମାଟି ରେ କଳାକାର ତିଆରି କରିବି ଓ ସେମାନଙ୍କ ପାଇଁ ସମୟ ଦେଇ ବାଣପୁର ମାଟିକୁ ଆହୁରି ଗୌରବନୀତ କରିବାକୁ ମତ ରଖିଛନ୍ତି !!



More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।