ଚିଲିକା:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଲିକା ଅଞ୍ଚଳର କିଛି ସାମ୍ବାଦିକ ବନ୍ଧୁ ସୋମବାର ଦିନ ବାଣପୁର ଥାନାର ନୃତନ ଥାନା ଅଧିକାରୀ ଭାବେ ଯୋଗଦେଇ ଥିବା ରମେଶ କୁମାର ଦେବତା ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଥିଲେ କିଛି ସାମ୍ବାଦିକ ବନ୍ଧୁ । ବାଣପୁର ଅଞ୍ଚଳର ଟ୍ରାଫିକ ସମସ୍ୟାର ସମାଧାନ, ନିଶାଦ୍ରବ୍ୟ କାରବାର ଉପରେ କଟକଣା ଲଗେଇବା ଏବଂ ବିକଟାଳ ଶବ୍ଦ ଏବଂ ଦ୍ରୁତ ବାଇକ୍ ଚାଳକଙ୍କ ଓ ରୋଡରୋମିଓ ଙ୍କ ଉପରେ କିପରି କାର୍ଯ୍ୟନୁଷ୍ଟାନ ନିଆଯିବ ସେ ସମ୍ପର୍କରେ ସମସ୍ତ ସାମ୍ବାଦିକ ନୃତନ ଥାନା ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବରିଷ୍ଟ ସାମ୍ବାଦିକ ମନୋଜ କୁମାର ପଣ୍ଡା,ଅଶୋକ କୁମାର ପାଇକରାୟ, ବିରଞ୍ଚି ପ୍ରଧାନଙ୍କ ସହିତ ଦିଲୀପ କୁମାର ସ୍ୱାଇଁ,ସେକ ସୌକତ,କମଲ୍ ଜାଲି, ଗୋବିନ୍ଦ ଜାଲି, ବିବେକ ପଣ୍ଡା, ବିରେନ ସାହୁ,ରାକେଶ ସାହୁ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ l
ବାଣପୁର ଥାନାର ନୃତନ ଥାନା ଅଧିକାରୀ ଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ଜଣେଇଲେ ବାଣପୁର ଚି଼ଲିକା ଅଞ୍ଚଳର ସାମ୍ବାଦିକ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।