ବାଣପୁର:ସମସ୍ତଙ୍କ ମନରେ ଦିନକୁ ଦିନ ବଢିଚାଲିଚି ସାମ୍ବାଦିକଙ୍କ ପ୍ରତି ବିକୃତ ମାନସିକତା ବିଶେଷ କରି ସରକାରୀ ସ୍ତରରେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି ସରକାରୀ କର୍ମଚାରୀ। ସରକାରୀ ସମ୍ବନ୍ଧୀୟ ତଥ୍ୟର ପ୍ରଚାର ପ୍ରସାରକୁ ବିରୋଧ କରୁଛନ୍ତି ନିଜେ ସରକାରୀ କର୍ମଚାରୀ।ସୂଚନା ଅନୁଯାୟୀ ବାଣପୁର ବ୍ଲକରେ ନୂତନ କରି ବିଡିଓ ଭାବେ ଯୋଗଦେଇଥିବା ଶ୍ରିମତୀ ଶୀତଲ ଅଗ୍ରୱାଲ ସାମ୍ବାଦିକଙ୍କୁ ପ୍ରତିଟି କାର୍ଯ୍ୟରେ ଅଣଦେଖା କରୁଛନ୍ତି। ଗଣମାଧ୍ୟମରେ ସରକାରୀ ପ୍ରଚାର ପ୍ରସାର ଏକ ରକମ୍ ବନ୍ଦ କରି ଦେଇଛନ୍ତି ବିଡ଼ିଓ ମହାଶୟା, ପ୍ରଶାସନ ଓ ସାଧାରଣ ଲୋକଙ୍କ ଭିତରେ ସମ୍ମନୟ ଅଭାବ ହେତୁ ଅନେକ ବିଷୟରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକ । କେଉଁ ଉଦ୍ଦେଶ୍ୟ ରଖି ସରକାରଙ୍କ ଜନ ହିତକର ଯୋଜନା ଗୁଡ଼ିକୁ ନେଇ ଦିନେ ହେଲେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରୁନାହାଁନ୍ତି, ତାହା କେବଳ ବିଡ଼ି ଓ ମହାଶୟାଙ୍କୁ ଜଣା। ବାଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କର ଅଳ୍ପେ ବହୁତେ ସମସ୍ତଙ୍କୁ ଜଣା, ହେଲେ ଜାଣି ଅଜଣା ରହୁଛନ୍ତି ବିଡ଼ିଓ ମହାଶୟା । କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନା ଏବଂ ନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଲେ ମଧ୍ୟ ବିଡିଓଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହା ଫଳରେ ଦୁର୍ନିତୀର ଗନ୍ତାଘର ପାଲଟିଛି ବାଣପୁର ବ୍ଲକ କାର୍ଯ୍ୟାଳୟ ଓ ତାହା ସହ ବ୍ଲକ୍ ଅଧୀନରେ ଆସୁଥିବା ସମସ୍ତ ପଞ୍ଚାୟତ । ଜନ ପ୍ରତିନିଧି ଏଵଂ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପରିଣାମ ଭୋଗୁଛନ୍ତି ସାଧାରଣ ଜନତା। ଗତ ୧୮ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜିଲ୍ଲା ମୂଖ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ , ସବୁଠି ଅନୁଷ୍ଠିତ ହୋଇଯାଇଛି ବାତ୍ୟା ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ। ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ ବୈଠକକୁ ନିମନ୍ତ୍ରଣ ତ ଦୂରର କଥା, ବାଣପୁର ବ୍ଲକରେ କୌଣସି ସାମ୍ବାଦିକଙ୍କୁ ଅବଗତ କରାଯାଇନାହିଁ। କିନ୍ତୁ ଅପରପକ୍ଷରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସିଧା ସଳଖ ଜିଲ୍ଲା ଲୋକ ସମ୍ପର୍କ ସୂଚନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏହାର କେମିତି ବ୍ୟାପକ ପ୍ରଚାର ପ୍ରସାର ହେବ। ଆଉ ଏପଟେ ବାଣପୁର ବିଡିଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ଧଜିଆ ଉଡାଇଛନ୍ତି । ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବରରେ କୌଣସି ସାମ୍ବାଦିକଙ୍କୁ ନ ଡାକିବାର କାରଣ ହେଉଛି , ବାଣପୁର ବ୍ଲକରେ ଚାଳିଥିବା କଳା କାରନାମା କାଳେ ପଦାରେ ପଡିଯିବ ଏବଂ ଦୁର୍ନିତୀର ମୁଖା ଖୋଲିଦେବେ, ସେ ଭୟ ଘାରିଛି ବିଡ଼ିଓ ମହାଶୟାଙ୍କୁ ବୋଲି
ତାତ୍ସଲ୍ୟ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବିମାନେ। ତେବେ ଆଗାମୀ ଦିନରେ ଯଦି ସାମ୍ବାଦିକଙ୍କ ପ୍ରତି ବିଡିଓଙ୍କ ଏଭଳି ବୈମାତୃକ ମନୋଭାବ ରୁହେ ତେବେ ସରକାରୀ କାର୍ଯ୍ୟକ୍ରମରୁ ନିଜକୁ ନିବୃତ୍ତ ରଖିବେ ବୋଲି କହିଛନ୍ତି ବାଲୁଗାଁ ଓ ବାଣପୁର ସଂଘର କର୍ମକର୍ତା ।
More Stories
ମା’ ଭଗବତୀ ଙ୍କ ମନ୍ଦିର ସେବାୟତ ଓକିଲଙ୍କୁ ଦକ୍ଷିଣା ମାଙ୍ଗୀ ଗଲେ ଘଣ୍ଟିସାଳ ଜେଲ l
ବାଣପୁର: ଶିକ୍ଷାବିତ୍ ପ୍ରଫେସର ରବୀନ୍ଦ୍ର ବର୍ମାଙ୍କ ୨୯ତମ ଶ୍ରାଦ୍ଧୋତ୍ସବ ପାଳିତ l
ସାମ୍ବାଦିକମାନଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର l