ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ବଡ ଗୁଣ୍ଡୁରୀସାହିରୁ 2020 ମସିହାରେ ଗ୍ରାମର ବନୋଜ ବେହେରାଙ୍କ ଘରୁ 20 କେଜି 400 ଗ୍ରାମ୍ ଗଞ୍ଜେଇ ଜବତ ମାମଲାର ରାୟ ଆଜି ପ୍ରକାଶ ପାଇଛି l ଜିଲ୍ଲା ଦୌରାଜଜ୍ ବିକ୍ରମ କୁମାର ପ୍ରଧାନ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ବନୋଜ ବେହେରାଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ତା 12. 09. 2020ରିଖ ଦିନ ତତ୍କାଳିନ ହରଭଙ୍ଗା ଥାନା ଆଇଆଇସି ସୁବାଷ ଚନ୍ଦ୍ର ରାୟଗୁରୁ ବଡ ଗୁଣ୍ଡୁରୀସାହିର ବନୋଜ ବେହେରାଙ୍କ ଘରେ ଚଢାଉ କରି 20 କେଜି 400 ଗ୍ରାମ୍ ଗଞ୍ଜେଇ ଜବତ କରିଥିବା ନେଇ ମାମଲା ରୁଜୁ କରିଥିଲେ | ମାମଲାଟି ବୌଦ୍ଧ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚାରାଧିନ ଥିଲା | ସରକାରଙ୍କ ପକ୍ଷରୁ 12 ଜଣ ସାକ୍ଷୀ ଓ ଅଭିଯୁକ୍ତଙ୍କ ପକ୍ଷରୁ 2 ଜଣ ସାକ୍ଷୀଙ୍କ ବୟାନ ଓ ଦସ୍ତାବିଜକୁ ବିଚାରକୁ ନେଇ ଜିଲ୍ଲା ଦୌରାଜଜ୍ ଆଜି ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ୍ କରିଥିବା ସୂଚନା ମିଳିଛି l ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀନିବାସ ସାହୁ ମାମଲା ପରିଚାଳନା କରିଥିଲେ |


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ