ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ୫୦ ଫୁଟ ସେତୁ ତଳକୁ ଖସିଲା ମ୍ୟାକ୍ସ ପିକଅପ । ଘଟଣା ସ୍ଥଳରେ ଜଣେ ମୃତ ଜଣେ ଗୁରୁତର । ଗୁରୁତରକୁ ବୌଦ୍ଧ ମେଡିକାଲ ରେ ଭର୍ତି । ସୂଚନା ଅନୁଯାୟୀ ସୋମବାର ଦିନ 1 ଘଣ୍ଟା ସମୟରେ ବୌଦ୍ଧ ଥାନା ଜଗନ୍ନାଥ ସଡକ ଦେଇ ଧାନ ବୋଝଇ ପିକଅପ ରାଇସ ମିଲ କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ହାଟଗାଁ ସେତୁରୁ 50ଫୁଟ ତଳକୁ ଖସିପଡିଥିଲା!ଫଳରେ ଦୁର୍ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ମାରିଥିବା ବେଳେ ଗାଡି ଭିତରେ ବସିଥିବା ଅନଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଇଡ଼ା ପଞ୍ଚାୟତ ବଡ଼ବନ୍ଧ ଗ୍ରାମର ଟୁନା ସାହୁ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଓ ଅନ୍ୟ ସାଥି ଜଣେ ବହୁ ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧ ମେଡିକାଲ ରେ ଭର୍ତି କରାଯାଇଛି ଓ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ଗାଡି ଓ ଶବ ଜବଦ କରିବା ସହ ତଦନ୍ତ ଚଳାଇଛି l
ବ୍ରିଜ ତଳକୁ ଖସିଲା ମହିନ୍ଦ୍ରା ପିକଅପ,ଜଣେ ମୃତ ଜଣେ ଗୁରୁତର l


More Stories
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ
କୁଖ୍ୟାତ ମଦ ବେପାରୀ ପ୍ରଶାନ୍ତକୁ ବାନ୍ଧିଲା, ବେତନଟି ଅବକାରି ପୋଲିସ।