କୋଦଳା,(ରାକେଶ):କୋଦଳା ରେ ସଂଗଠିତ ହେଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ର ତିନି ହଜାର ରୁ ଉର୍ଦ୍ଧ ଯୁବକ | କବିସୂର୍ଯ୍ୟନଗର ଯୁବ ସଂଗଠନ ର ସଭାପତି ଶ୍ରୀମତୀ ରଂଜିତା ସାହୁ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏକ ବିଶାଳ ରାଲି ପ୍ରଥମେ କୋଦଳା ସ୍ଥିତ ବାବା ଦଣ୍ଡେଶ୍ୱର ଙ୍କ ପୀଠରୁ ବାହାରି କୋଦଳା ସହର ପରିକ୍ରମା କରିବା ସହିତ ହାଟତୋଟା ସ୍ଥିତ ଗେଷ୍ଟ ହାଉସ ରେ ବିଶାଳ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଯୋଗ ଦେଇ ଯୁବକ ମାନଙ୍କ ଉଧ୍ୟେଶ ରେ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ | ଯୁବକ ମାନେ ସଂଗଠିତ ହେଲେ ଦେଶ ତଥା ଜାତି ର ଟେକ ରଖିବା ସହିତ ଦୁର୍ନୀତି, ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ମାଟି ର ସ୍ୱାଭିମାନକୁ ରକ୍ଷା କରିପାରିବେ ବୋଲି କହିଥିଲେ ଶ୍ରୀ ସାହୁ | ଏହା ସହ ଯୁବକ ଜାଗ୍ରତ ହେଲେ ସବୁ କ୍ଷେତ୍ରରେ ସମାଜର ପରିବର୍ତନ ହେବା ଆବଶ୍ୟମ୍ଭାବି ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଶ୍ରୀ ସାହୁ | ମଞ୍ଚରେ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବେ ଆତିଥ୍ୟ ଲାଭ କରି ନିଜର ରାଜନୈତିକ ଅଭିସନ୍ଧି ସମ୍ପର୍କରେ ମନ୍ତବ୍ୟ ରଖିଥିଲେ ବରିଷ୍ଠ ସଂଗଠକ ତଥା ବିଜେଡି ନେତା ବିଜୟ କଁହର, ଏହା ସହ ଜଣେ ଅନୁଭବି ନେତା ଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିବା ସହିତ ଆଗାମୀ ଦିନରେ ଶ୍ରୀ ହର ପ୍ରସାଦ ସାହୁ କିମ୍ବା ତାଙ୍କ ପରିବାର କୁ ବିଜେଡି ପକ୍ଷରୁ ଟିକେଟ ଦିଆଯିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ଶ୍ରୀ କଁହର | ଏଵଂ ଯୁବ ସଂଗଠନ ନିମନ୍ତେ ଦୀର୍ଘ ଦିନ ର ଅଭିଜ୍ଞତା କୁ ନିଜର ଓଜସ୍ୱୀ ଭାଷଣ ମାଧ୍ୟମରେ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି | ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଯୁବ ସଂଗଠନ ର ଭାବ ଭଙ୍ଗୀ କୁ ଅତି ନିଆରା ଢଙ୍ଗରେ ପାଳନ କରିଥିଲେ ଯୁବ ସଂଗଠନ ର ସମସ୍ତ କର୍ମକର୍ତା | କାର୍ଯ୍ୟକ୍ରମ ର ପ୍ରାରମ୍ଭରେ କୋଦଳା ର ପୂର୍ବତନ ନଗର ପାଳିକା ଶ୍ରୀମତୀ ସୁନୀତା ପ୍ରଭା ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଦଣ୍ଡପାଣି ମହାପାତ୍ର, ପବିତ୍ର ମୋହନ ସାବତ,ରବୀନ୍ଦ୍ର ପରିଡା,ଅମୁଲ୍ୟ ଦାସ,ମନ୍ମଥ ପରିଡା,ବିଜୟ କୁମାର ପ୍ରଧାନ,ଟୁକୁନା ସାହୁ,ଭ୍ରମର ଭୂୟାଁ,ପ୍ରଦୀପ ପାତ୍ର
ମାୟାଧର ଭଟ ମିଶ୍ର ପ୍ରମୁଖ ଯୋଗ ଦେଇ ଯୁବ ଗୋଷ୍ଠୀ ଙ୍କୁ ଉତ୍ସାହିତ କରିଥିଲେ | ତେବେ 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମାବେଶ କୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି |
କବିସୂର୍ଯ୍ୟ ଯୁବ ସଂଗଠନ ପକ୍ଷରୁ ବିଶାଳ ସମାବେଶ l ହର ପ୍ରସାଦ ସାହୁ ଙ୍କୁ ଖୋଲା ସମର୍ଥନ ଜଣାଇଲେ ବିଜୟ କଁହର l


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ