ହରଭଙ୍ଗା,,ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅର୍ଥ ଅନୁଦାନ ରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ର ସମୀକ୍ଷା କରିଥିଲେ l
ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ଵାଇଁ ଉଭୟ ଜିଲ୍ଲାରେ ପରିଷଦ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ତାଙ୍କୁ ଅବଗତ କରିଥିଲେ I ସୋନପୁର ସହର ନିକଟବର୍ତ୍ତୀ ଝିଙ୍କି ଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଡବ୍ଲୁଓଡିସି ଅର୍ଥ ଅନୁଦାନ ରେ ନିର୍ମାଣଧୀନ ଡବ୍ଲୁ ଓ ଡି ସି ହସ୍ତତନ୍ତ ମଲ ର ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ପରାମର୍ଶ ଦେଇଛନ୍ତି l ଏହି ମଲ କୁ ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରିତ କରାଯିବା ସହିତ ପାରିପାର୍ଶ୍ବ କୁ ସମ୍ପୂର୍ଣ୍ଣ ଭାବରେ ଆକର୍ଷଣୀୟ କରାଯିବ l ଏହାଦ୍ବାରା ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ ତନ୍ତ ବସ୍ତ୍ରର ବହୁଳ ବିକ୍ରୟ ସହିତ ସେମାନଙ୍କ ଅର୍ଥନୈତିକ ବିକାଶରେ ସହାୟକ ହେବ l
ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ର ବିକାଶ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି ନୂତନ ଡାୟାଲିସିସ୍ ମେସିନ୍ ସହିତ ଅର୍ଥୋପେଡ଼ିକ ଅପରେଶନ ପାଇଁ ଉଭୟ ଜିଲ୍ଲା ପାଇଁ ଗୋଟିଏ ଗୋଟିଏ ଲେଖାଏଁ ସି ଆର୍ମ ମେଶିନ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ l ଜିଲ୍ଲାରେ କୃଷକ ମାନଙ୍କ ଅର୍ଥନୈତିକ ବିକାଶ ପାଇଁ କୃଷି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗ ରେ ଉପଲବ୍ଧ ଥିବା ସମସ୍ତ ସଂସାଧନ କୁ ବ୍ୟବହାର କରି କିଭଳି ଭାବରେ ସେମାନଙ୍କ ଆୟ ଦ୍ୱିଗୁଣିତ ହୋଇ ପାରିବ ତା ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ l ଏଥିପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହାୟତା ରେ ଦୁଗ୍ଧ ଉତ୍ପାଦନ ,ମାଛ ଚାଷ, ପଶୁପାଳନ ,ଉଦ୍ୟାନ କୃଷି ଭଳି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ପାଇଁ ସମସ୍ତ ପ୍ରଚେଷ୍ଟା କରିବା ପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସୁବର୍ଣ୍ଣପୁର ର ଜିଲ୍ଲା ଗ୍ରନ୍ଥାଗାର ଯେଉଁଥିରେ କି ପ୍ରତ୍ୟହ ଶତାଧିକ ଛାତ୍ରଛାତ୍ରୀ ଆସି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତାର ଭିତ୍ତିଭୂମି ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ 50 ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ l ଏହା ସହ କ୍ରୀଡା ର ବିକାଶ ନିମନ୍ତେ ତରଭା ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ନିମନ୍ତେ ମଧ୍ୟ ୧ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବା ନିମନ୍ତେ ସୂଚନା ଦେଇଛନ୍ତି l ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଠାରେ ନିର୍ମାଣାଧୀନ ଇକୋପାର୍କ ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଏହାକୁ ଆକର୍ଷଣୀୟ କରି ଗଢି ତୋଳିବା ପାଇଁ ସେ ଗୁରୁତ୍ଵ ଦେଇଥିଲେ ଯେଭଳି ଏହା ରାଜ୍ୟ ର ବିଭିନ୍ନ ବର୍ଗର ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ସହିତ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶରେ ସହାୟକ ହୋଇ ପାରିବ l ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପର ଗୁଣାତ୍ମକ ମାନ କୁ ସୁନିଶ୍ଚିତ କରିବା ସହିତ ସମ୍ପୂର୍ଣ୍ଣ କାର୍ଯ୍ୟ ଆଗାମୀ ଡିସେମ୍ବର ସୁଦ୍ଧା ସମାପନ କରାଯିବା ଉପରେ ଶ୍ରୀଯୁକ୍ତ ତ୍ରିପାଠୀ ବିଶେଷ ଗୁରୁତ୍ଵ ଦେଇଥିଲେ l ଆଜିର ଏହି ସମୀକ୍ଷା ବୈଠକରେ ପରିଷଦ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର, ଏବଂ ଉଭୟ ଜିଲ୍ଲାର ସମସ୍ତ ବିଡିଓ ସମ୍ପୃକ୍ତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ Iରିପୋର୍ଟ, ଚିତ୍ତରଞ୍ଜନ ସିଂ, ହରଭଙ୍ଗା
ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା l

More Stories
ODISHA VIGILANCE LAUNCHES DA SEARCHES AT 7 LOCATIONS ASSOCIATED WITH SRI SUSIL KUMAR PANDA, AEE, GANJAM BLOCK।
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ଧର୍ମପରାୟଣ ମହିଳାଙ୍କ ପରଲୋକ