ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା 20/10/23: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ 57 ନମ୍ବର ଜାତୀୟ ରାଜପଥ ହନୁମାନ ମନ୍ଦିର ପାଖରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ଏକ ଯୁବକ ମୃତ୍ୟୁ ବରଣ କରିଥିବା ଘଟଣା ସାମ୍ନା କୁ ଆସିଛି। ସୂଚନା ମତେ ହରଭଙ୍ଗା ବ୍ଲକ୍ ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ କାନପୁର ଗ୍ରାମର ସୁକାନ୍ତ ଭୋଇ (25) କୌଣସି ଏକ କାମରେ ବୌଦ୍ଧ ଯାଇ ଏକ ବାଇକ୍ ସାହାଯ୍ୟ ରେ ନିଜ ସାଙ୍ଗ ଙ୍କ ସହିତ ଘରକୁ ଫେରୁଥିବା ସମୟରେ ପୁରୁଣା କଟକ ବଜାର ନିକଟସ୍ଥ ହନୁମାନ ମନ୍ଦିର ପାଖରେ ପଛ ପଟୁ ଆସୁଥିବା ARSS କମ୍ପାନୀ ର ଏକ ହଇୱା ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ସୁକାନ୍ତ ଙ୍କ ମୃତ୍ୟୁ ହୋଇଥଲା। ଓ ତାଙ୍କ ସାଙ୍ଗ ମଧ୍ୟ ଗୁରୁତର ଖଣ୍ଡିଆ ଖାବରା ହେଇଥିଲେ। ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ୍ ପହଞ୍ଚି ଘଟଣା ର ଅଧିକ ତଦନ୍ତ କରିବା ସହ ଶବ ଟିକୁ ପୁରୁଣା କଟକ ମେଡିକାଲ୍ ପଠେଇବା ସହିତ ଆସନ୍ତା କାଲି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡ଼ାକ୍ତରଖାନା ପଠାଯିବ ବୋଲି ସୂଚନା ଦେଇଛନ୍ତି। ଆସନ୍ତା କାଲି ଠାରୁ ସମ୍ପୂର୍ଣ କଡ଼ା କଡି ଭବେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ପୁରୁଣା କଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି।ARSS କମ୍ପାନୀ ଡ୍ରାଇଭର ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ନିରୀହ ଯୁବକଙ୍କ ମୃତ୍ୟୁ ହୋଇଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।
ARSS କମ୍ପାନୀ ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଯୁବକଙ୍କ ମୃତ୍ୟୁ l


More Stories
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ
କୁଖ୍ୟାତ ମଦ ବେପାରୀ ପ୍ରଶାନ୍ତକୁ ବାନ୍ଧିଲା, ବେତନଟି ଅବକାରି ପୋଲିସ।