ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ,୨୦ା୧୦ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଭିଜିଲାନସ ସଚେତଦନତା ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସପ୍ତାହ ଅକ୍ଟୋବର ୩୦ ରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସାରା ଜିଲାରେ ପାଳନ କରାଯିବ । ଏନେଇ ଜିଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ରେ ଜିଲାବାସୀ ସାମିଲ ହେବାକୁ ନିବେଦନ କରିଥିଲେ । ଏହି ଉପଲକ୍ଷେ ସଚେତନତା ସପ୍ତାହର ପ୍ରଥମ ଦିବସ ୩୦ ତାରିଖ ଦିବା ୧୧ ଘଣ୍ଟା ସମୟରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସହିତ ଯୋଡି ହେବା ସହିତ ଦୁର୍ନୀତି ବିରୋଧରେ ସମସ୍ତଙ୍କୁ ଶପଥ ପାଠ କରାଇବେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସମସ୍ତ ସରକାରୀ କାର୍ଯ୍ୟାଳୟ,ପଞ୍ଚାୟତିରାଜ ସଦସ୍ୟ,ସ୍ୱୟଂସହାୟକ ଗୋଷ୍ଠୀ,ଆଶାକର୍ମୀ,ଅଙ୍ଗନବାଡି କର୍ମି,ସ୍ୱାସ୍ଥ୍ୟ କର୍ମୀ,ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ ହେବେ । ଦୁର୍ନୀତି ବିରୋଧରେ ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା,ପଦଯାତ୍ରା,ସାଇକେଲ ଯାତ୍ରା,ପ୍ଲାକାର୍ଡ ଏବଂ ସ୍ଲୋଗାନ ଦେଇ ପରିକ୍ରମା ଅନୁଷ୍ଠିତ ହେବ ।ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା,ଷ୍ଟ୍ରିଟ ପ୍ଲେ, ଗ୍ରାମ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ସଚେତନତା ସଭା,ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ନଭେମ୍ବର ୪ ତାରିଖରେ ଅନୁଷ୍ଠିତ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଏହାର ପ୍ରଚାର ପ୍ରସାର କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଜିଲା କଳା ସଂସ୍କୃତି ସଂଘ ଓ ବ୍ଳକ କଳା ସଂସ୍କୃତି ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଏମ ମିଞ୍ଜ,ଡିଏସପି ଭିଜିଲାନ୍ସ ସୁରେଶ କୁମାର କହଁର,ଇନିସପେକ୍ଟର ଜଗବନ୍ଧୁ ଅଙ୍ଗାରିଆ,ପୁର୍ତ୍ତ ବିଭାର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତୀକ ଦାଶ,ଜିଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ଜିଲା କର୍ମନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ କ୍ଷୁଦ୍ରଜଳସେଚନ ବିଭାଗ ବିଭୁତି ପ୍ରସାଦ ମାଝି, ନିର୍ବାହୀ ଯନ୍ତ୍ରୀ ଉଠାଜଳସେଚନ ବିଭାଗ ସେଲେଇ ନାଏକ, ଏପିଡି ଜଳଛାୟା ମିଶନ ହୃଷିକେଶ କହଁର ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏସପି ଭିଜିଲାନସ ବ୍ରହ୍ମପୁର ଗଣେଷ ଚନ୍ଦ୍ର ପ୍ରଧାନ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧରେ ଭିଜିଲାନସ ସଚେତନତା ସପ୍ତାହ ଉପଲକ୍ଷେ ପ୍ରସ୍ତୁତି ବୈଠକ l


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l