ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ 21/10:ରାଜ୍ୟରେ କାର୍ଯ୍ୟରତ 17 ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ୍ ରେ କର୍ମଚାରୀ ମାନଙ୍କ ପ୍ରଚେଷ୍ଟା ଫଳରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ମାନେ ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲୁଥିବା ବେଳେ 2004 ମସିହା ଠାରୁ ସମସ୍ତ ବ୍ୟାଙ୍କ ଲାଭ କରୁଛନ୍ତି ଓ ସରକାରଙ୍କୁ ଲାଭାଂଶ ପ୍ରଦାନ କରିବା ସହିତ କୋଟି କୋଟି ଟଙ୍କା କର ମଧ୍ଯ ପ୍ରଦାନ କରୁଛନ୍ତି। କିନ୍ତୁ କର୍ମଚାରୀ ମାନଙ୍କର ଆର୍ଥିକ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛନ୍ତି। ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନା ସମବାୟ ବ୍ୟାଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ।କିନ୍ତୁ ସରକାର ବ୍ୟାଙ୍କ ର ଖର୍ଚ୍ଚ ବହନ କରନ୍ତି ନାହିଁ। ବ୍ୟାଙ୍କ ନିଜ ଆୟରୁ ନିଜର ସମସ୍ତ ଖର୍ଚ୍ଚ କରିଥାଏ। କିନ୍ତୁ ଦୁଃଖର ବିଷୟ କର୍ମଚାରୀ ମାନଙ୍କର ଦରମା ବୃଦ୍ଧି କରିବା କ୍ଷମତା ପରିଚାଳନା ମଣ୍ଡଳୀ ପାଖରେ ନ୍ୟସ୍ତ ଥିଲେ ମଧ୍ୟ ସରକାର ଙ୍କ ବିନା ଅନୁମତିରେ ଏହା ଦିଆଯିବ ନାହିଁ।ବହୁ ଆଲୋଚନା ଓ ଧର୍ମଘଟ ପରେ ସରକାର କେନ୍ଦ୍ର ସମବାୟ କର୍ମଚାରୀ ମାନଙ୍କୁ 7ମ ବେତନ 2010 ପାଖରୁ ଦେବାକୁ ନିର୍ଦ୍ଦେଶ ନାମା ଦେଲେ ଓ କର୍ମଚାରୀ ମାନେ ସମସ୍ତେ 2016 ଠାରୁ ପାଇବାକୁ ହକଦାର। ସେହିପରି 2014 ପରଠାରୁ ଯେଉଁମାନେ ବ୍ୟାଙ୍କ୍ ରେ ଚାକିରି କଲେ ସେମାନେ ଅବସର ପରେ epfo ସ୍କିମ୍ ଅଧୀନରେ ପେନସନ୍ ପାଇବେ ନାହିଁ। ତେଣୁ ଆମ ମହାସଂଘ ସେମାନଙ୍କ ପାଇଁ ଏକ ପେନସନ୍ ପାଣ୍ଠି ଗଠନ ପାଇଁ ଦାବି କରି ଆସୁଥିବା କହିଛନ୍ତି ।କିନ୍ତୁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ରାଜ୍ୟ ସମବାୟ ବ୍ୟାଙ୍କର ମିଶ୍ରଣ ଅନ୍ୟ ଏକ ଦାବି ଥିବାବେଳେ ଏଯାବତ୍ କିଛି ପଦକ୍ଷେପ ନିଆଯାଇ ନାହିଁ। ଏଥି ସହିତ ବ୍ୟାଙ୍କକୁ କ୍ଷତିରୁ ବଞ୍ଚାଇବା ପାଇଁ 2 ଗୋଟି ଦାବି ମଧ୍ଯ ରହିଛି। ତେବେ ଉକ୍ତ 5 ଗୋଟି ଦାବି ନେଇ ପ୍ରଥମେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଙ୍କ ନେତୃତ୍ଵରେ ସମସ୍ତ ସଭାପତି ସମବାୟ ନିବନ୍ଧକ ଓ କର୍ମଚାରୀ ମହାସଂଘ ମଧ୍ୟରେ ଏକ ଆଲୋଚନା କରାଯାଇ 15 ଦିନ ମଧ୍ୟରେ ଏକ କ୍ଷୁଦ୍ର କମିଟି ଗଠନ କରାଯାଇ ସେହି କମିଟିର ରିପୋର୍ଟ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲିଖିତ ପ୍ରସ୍ତାବ ପାଇବା ପରେ ମହାସଂଘ ତାର ଧର୍ମଘଟ କାର୍ଯ୍ୟକ୍ରମ ସେପ୍ଟେମ୍ବର 22 ତାରିଖ କୁ ଘୁଞ୍ଚାଇ ଦେଇଥିଲା।କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଆଲୋଚନା ମୁତାବକ ସମାଧନ ର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେଣୁ ରାଜ୍ଯ ର 17 ଗୋଟି ସମବାୟ ବ୍ୟାଙ୍କ ର କର୍ମଚାରୀ ମାନେ ଧର୍ମଘଟ କୁ ଓହ୍ଲାଇବେ ଓ ଅକ୍ଟୋବର 25 ରୁ 27 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଧର୍ମଘଟ କରିବେ। ଏହି ଧର୍ମଘଟ ରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ୍ କର୍ମଚାରୀ ମାନେ ମଧ୍ଯ ସାମିଲ ହେବା ନେଇ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ୍ କର୍ମଚାରୀ ସଂଘ ସଭାପତି କ୍ଷୀରୋଦ କୁମାର ମିଶ୍ର ଓ ସମ୍ପାଦକ ସୌମ୍ୟଜିତ ନାଏକ ସୂଚନା ଦେଇଛନ୍ତି।
25 ରୁ ତିନି ଦିନ ଧର୍ମଘଟ କୁ ଓହ୍ଲାଇବେ 17 ସମବାୟ ବ୍ୟାଙ୍କ,ଧର୍ମଘଟ ରେ ସାମିଲ୍ ହେବ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ୍ l


More Stories
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ
କୁଖ୍ୟାତ ମଦ ବେପାରୀ ପ୍ରଶାନ୍ତକୁ ବାନ୍ଧିଲା, ବେତନଟି ଅବକାରି ପୋଲିସ।