ବୌଦ୍ଧ, ( ଚିତ୍ତରଞ୍ଜନ ସିଂହ )
ଜିଲ୍ଲା ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏଥିରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ସର୍ବମୋଟ ୬୯ ଗ୍ରାମ ପଞ୍ଚାୟତ ଆଗରେ ଆନ୍ଦୋଳନ ବ୍ୟାପକ କରିବା ସହିତ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୭ ଗୋଟି ଶକ୍ତିକେନ୍ଦ୍ର ର ମିଳିତ ଭାବେ ଆସନ୍ତା ତା ୨୫.୦୮.୨୩ ଠାରୁ ତା ୩୧.୦୮.୨୩ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ତାରିଖ ଦିନ ମାନଙ୍କରେ
ଆନ୍ଦୋଳନ , ବିକ୍ଷୋଭ ପ୍ରଦର୍ଶନ କରି ବା ସହିତ , ମାନ୍ୟବର ମହାମହିମ ରାଜ୍ୟପାଳ ଓଡ଼ିଶା ଙ୍କ ଉଦେଶ୍ଵରେ ଏକ ଦାବିପତ୍ର ପଞ୍ଚ।ୟାତ ନିର୍ବାହୀ ଅଧିକାରୀ ଙ୍କ ପାଖରେ ପ୍ରଦାନ କରାଯିବ। ପାଇଁ ନିଷ୍ପତି ଗ୍ରହଣ କରାଯାଇ ଅଛି । ଏଥି ପାଇଁ ପ୍ରତି ପଞ୍ଚାୟତ ପାଇଁ ବିଜେପି ଦଳ ତରଫରୁ ପ୍ରତି ପଞ୍ଚାୟତ ପାଇଁ ଜଣେ ଜଣେ ବରିଷ୍ଟ ନେତୃବୃନ୍ଦ ପ୍ରମୁଖ ଙ୍କୁ ଦାଇତ୍ୱ ବଣ୍ଟନ କରାଯାଇ ଅଛି ଓ ତତ୍ ସହିତ ରାଜ୍ୟ, ଜିଲ୍ଲା , ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ପ୍ରତି ପଞ୍ଚାୟତ ର ହିତାଧିକାରୀ ମାନେ ଏହି କାର୍ଯ୍ୟକ୍ରମ ଦିନ ମାନଙ୍କରେ ରେ ଯୋଗଦାନ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଗ୍ରହଣ କରାଯାଇ ଅଛି । ବିଶେଷ କରି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ପଞ୍ଚାୟତ ମାନଙ୍କରେ ହେଉଥିବା ବ୍ୟାପକ ଅନିୟମିତତା ଦୁର୍ନୀତି , ଭ୍ରଷ୍ଟାଚାର , ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ , ପାଇଖାନା ଦୁର୍ନୀତି , ମନରେଗା ଯୋଜନାରେ ହେରାଫେରି , ଭତା ବ୍ୟବସ୍ଥା ରେ ଦୁର୍ନୀତି,ଅର୍ଥକମିସନ୍ ଟଙ୍କା ରେ ବ୍ୟାପକ ଅନିୟମିତତା, ସହିତ କେନ୍ଦ୍ର ସରକାରଙ୍କ ସବୁ ଲୋକ ହିତକାରୀ ଯୋଜନା ରେ ଦୁର୍ନୀତି ପ୍ରୀୟାପ୍ରିତି ର ଏକ ପ୍ରମୁଖ ସ୍ଥାନ ହୋଇଅଛି l ପ୍ରତି ପଞ୍ଚାୟତ ଗୁଡ଼ିକ ଆସନ୍ତା ୨୫.୦୮.୨୩ ଠାରୁ ୨୬.୦୮.୨୩ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ସହିତ ସବୁ ବୁଥ ସ୍ତରରେ ନୂତନ ଭୋଟର୍ ମାନଙ୍କୁ ପଞ୍ଜିକରଣ ସହିତ ଅନ୍ୟାନ୍ୟ କାର୍ଯ୍ୟ କ୍ରମ କୁ କରାଯିବା ପାଇଁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଅଛି ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ , ଶ୍ରୀ ସୁଶାନ୍ତ କୁମାର ବାଘ , ଉପ ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ , କଣ୍ଟା ମାଳ ବିଧାନ ସଭା ପ୍ରଭାରୀ ଶ୍ରୀ ପ୍ରେମାନନ୍ଦ ମିଶ୍ର,ଶ୍ରୀ ନିରଞ୍ଜନ ଦାନୀ ପ୍ରଭୁତି ନେତୃବୃନ୍ଦ ଯୋଗଦାନ୍ କରିଥିଲେ।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.