ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 24/8/23() ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଦେ ନିଗଡ଼ ଠାରେ ଗତ 21 ତାରିଖ ରେ ଏକ ସଡ଼କ ଦୁର୍ଘଟଣା ରେ ଅଦେନିଗଡ ଫାଣ୍ଡି ର ହୋମଗାର୍ଡ ଟୁକୁନା ବେହେରା ଙ୍କ ମୃତ୍ୟୁ ହୋଇଥିଲା। ଟୁକୁନା ଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଏକ ଶୋକର ଛାୟା ଖେଳି ଯାଇଥିଲା। ଯେହେତୁ ପାରିବାର ରେ ଏକ ମାତ୍ର ରୋଜକାରିଆ ପୁଅ ଥିଲେ ଟୁକୁନା। ଉକ୍ତ ଘଟଣା ପରେ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ ତାଙ୍କ ପରିବାର। ବୃଦ୍ଧ ବାପା ମା ଙ୍କ ସାଙ୍ଗକୁ ଦୁଇଟି ସନ୍ତାନ ଓ ବିଧବା ସ୍ତ୍ରୀ ସମ୍ପୂର୍ଣ ବେସାହାରା ପାଲଟି ଯାଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଠୁ କିଛି ସାହାଯ୍ୟ ର ପ୍ରତିଶ୍ରୁତି ପାଇଲା ପରେ ଟିକିଏ ଆଶ୍ୱସ୍ତି ଅନୁଭବ କରିଥଲେ ପାରିବାର। ତା ପରବର୍ତ୍ତୀ ମୁହୂର୍ତ୍ତ ରେ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନ ଓ ଯୋଗାଣ ସହାୟକ ଧିରେନ କୁମାର ଭୋଇ ତାଙ୍କ ଘରକୁ ଯାଇ ହରିଶ୍ଚନ୍ଦ୍ର ଯୋଜନା ରେ ୩୦୦୦ ଟଙ୍କା ଟୁକୁନା ଙ୍କ ମାଆ ଙ୍କୁ ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତ ରେ ବ୍ଲକ୍ ପ୍ରଶାସନ ତରଫରୁ ପରିବାର ମଙ୍ଗଳ ଯୋଜନ ରେ ୨୦,୦୦୦ ଟଙ୍କା କେମିତି ଟୁକୁନା ଙ୍କ ପରିବାର କୁ ମିଳିବ ଓ ମୃତ ଟୁକୁନା ଙ୍କ ବିଧବା ସ୍ତ୍ରୀ କୁ କେମିତି ବିଧବା ଭତା ମିଳିବ ସେ ସବୁ ବିଷୟର ସରପଞ୍ଚ ନିଜେ ଦାୟିତ୍ଵ ନେଇ ସାହାଯ୍ୟ କରିବା ପାଇଁ ମୃତକ ଙ୍କ ପରିବାରକୁ ସରପଞ୍ଚ ଅଜିତ କୁମାର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ସରପଞ୍ଚ ଙ୍କ ଏହି ମହତ କାର୍ଯ୍ୟ ପାଇଁ ଅଞ୍ଚଳ ବାସି ସରପଞ୍ଚ ଅଜିତ କୁମାର ପ୍ରଧାନ ଙ୍କୁ ଓ ଯୋଗାଣ ସହାୟକ ଧୀରେନ୍ ଭୋଇ ଙ୍କୁ ସାଧୁବାଦ ଜଣେଇଛନ୍ତି।


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.