ବିଜେପି ବୌଦ୍ଧ ଜିଲ୍ଲା ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ତେଲିବନ୍ଦ ଗ୍ରାମ ପଞ୍ଚାୟତ” ଠାରେ ଆନ୍ଦୋଳନ ” ।

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ),

ଆଜି ବୌଦ୍ଧ ଜିଲ୍ଲା ବିଜେପି  ର ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଠାରେ ପୂର୍ବ ନିର୍ଦ୍ଧାରିତ ଡାକରା ଅନୁଯାୟୀ ଧାରଣା ଦେବା ସହିତ  ଘେରାଉ କରିବା  ,  ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ସ୍ଥାନୀୟ ସରପଞ୍ଚ ଙ୍କ ପାଖରେ ମାନ୍ୟବର ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ବରେ  ମଣ୍ଡଳ ସଭାପତି ଶ୍ରୀ ନବୀନ କୁମାର ହୋତା  ସ୍ଥାନୀୟ ସରପଞ୍ଚ ଶ୍ରୀ  ରତ୍ନାକର ନାୟକ  ଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇବା ପାଇଁ ଦାବି ଆପତ୍ତି କରିବା ସହିତ ଦୁର୍ନୀତି ଅଭିଯୋଗ ଓ ଭ୍ରଷ୍ଟାଚାର  ବିଗତ ବର୍ଷ ମାନଙ୍କରେ ହୋଇଥିବା   ର ତଦନ୍ତ ,ସହିତ ପାଇଖାନା ଦୁର୍ନୀତି, ମନରେଗା ଯୋଜନାରେ ହେରାଫେରି ଓ  ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘର, ସ୍ଵଛ ଭାରତ ଅନ୍ତର୍ଗତ ପାଇଖାନା ଦୁର୍ନୀତି
କେନ୍ଦ୍ର ସରକାରଙ୍କ ଜନହିତକରୀ ସବୁ ଯୋଜନା ରେ ଦୁର୍ନୀତି ଅଭିଯୋଗ ଓ ପ୍ରିୟା ପ୍ରୀତି ହେଉଥିବା ଉପରେ ଉପସ୍ଥିତ ନେତୃବୃନ୍ଦ ପ୍ରମୁଖ ଅଭି ଭାଷଣ ପ୍ରଦାନ କରିଥିଲେ ।
ଏଥି ସହିତ ନୂଆ ଭୋଟର୍ ମାନଙ୍କୁ ପଞ୍ଜିକରଣ ଓ   ଭୁଲ ସଂଶୋଧନ କରିବା ସହିତ , ବ।ଦ  ପ୍ରକିୟା  ସବୁ ବୁଥ ସ୍ତରୀୟ କମିଟି ପକ୍ଷରୁ ବି.ଏଲ. ଏ.୨  , ମାନେ  ଘର କୁ ଘର ବୁଲି ଅଭିଯାନ କୁ କରିବା ପାଇଁ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ମଣ୍ଡଳ ସଭାପତି ଶ୍ରୀ ନବୀନ କୁମାର ହୋତା , ବିଧାନସଭା ସଂଯୋଜକ ଶ୍ରୀ ଯୁଗଳ କିଶୋର ସାମଲ, ଙ୍କ ସହିତ ପଞ୍ଚାୟତ ର ସ୍ଥାନୀୟ ନେତୃବୃନ୍ଦ ସର୍ଵଶ୍ରୀ ବିଶି କେସନ ପ୍ରଧାନ, ତ୍ରିପୁର ମହାକୁଡ, ବୈକୁଣ୍ଠ ପ୍ରଧାନ ,କୃଷ୍ଣ ଚନ୍ଦ୍ର ଦେହୁରୀ , ସୋ ମିତ୍ରି ବେଦୀ, ଶେଷ ସିଂହ, କାଳିଆ ମହାନନ୍ଦିଆ, ଶଶି ବାଘ , ବୈଷ୍ଣବ ମହାନନ୍ଦିଆ  ପ୍ରଭୁତି ବହୁ କର୍ମକର୍ତ୍ତା ଓ ହିତାଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ।

error: Content is protected !!